Latest Odisha News

BREAKING NEWS

କେନ୍ଦ୍ରାପଡା ଡଙ୍ଗାବୁଡି ଦୁର୍ଘଟଣା: ମୃତକଙ୍କ ପରିବାରକୁ କେନ୍ଦ୍ର ସରକାରଙ୍କ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ୱର : କେନ୍ଦ୍ରାପଡ଼ା ଜିଲ୍ଲା ମହାନଦୀ ମୁହାଣର ନିପାଣିଆରେ ଡଙ୍ଗା ବୁଡ଼ି ଘଟଣାରେ ମୃତକଙ୍କ ପରିବାର ବର୍ଗଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାତୀୟ ଦୁର୍ବିପାକ ରିଲିଫ ପାଣ୍ଠି (ଏନଡିଆରଏଫ୍)ରୁ ଅନୁକମ୍ପା ମୂଳକ ସହାୟତା ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି ।

ମିଳିଥିବା ସୂଚନାନୁଯାୟୀ ଏହି ଦୁର୍ଘଟଣାରେ ମୃତକଙ୍କ ପରିବାର ବର୍ଗଙ୍କୁ ୨ଲକ୍ଷ ଟଙ୍କା ଏବଂ ଗୁରୁତର ଆହତ ମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯିବ।

ଅନ୍ୟପକ୍ଷରେ ଏହି ଦୁର୍ଘଟଣାରେ ପିଡିତ ମାନଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ପ୍ରଦାନ ସହ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ ନଂ ମଧ୍ୟ ପ୍ରଦାନ କରିବା ପାଇଁ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ନିକଟକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟଳୟରୁ ଆସିଥିବା ଚିଠିରେ ଉଲ୍ଲେଖ ଥିବା ନେଇ ସୂଚନା ମିଳିଛି ।

ଆହୁରି ମଧ୍ୟ ସମସ୍ତ ମୃତକମାନେ ଜଗତସିଂହପୁର ଜିଲ୍ଲାର ହୋଇଥିବାରୁ ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟଳୟ ପକ୍ଷରୁ ଜଗତସିଂହପୁର ଜିଲ୍ଲାପାଳଙ୍କୁ ମଧ୍ୟ ଅବଗତ କରାଯାଇଥିବା ନେଇ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.