ଭୁବନେଶ୍ୱର: ନୃସିଂହନାଥ ଓ ହରିଶଙ୍କର ମନ୍ଦିର ଓ ଏହାର ପାରିପାଶ୍ୱର୍ିକ ପରିବେଶର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଏକ ହାଇଲେଭଲ ଟିମ୍ ସ୍ଥାନ ପରିଦର୍ଶନ କରିଛନ୍ତି । ଏହି ଟିମ୍ରେ ୫ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଅସିତ ତ୍ରିପାଠୀ ପ୍ରମୁଖ ଅଛନ୍ତି ନୃସିଂହନାଥ ମନ୍ଦିର ଓ ହରିଶଙ୍କର ମନ୍ଦିର ପହଞ୍ଚି ମନ୍ଦିର କମିଟି ସହ ଆଲୋଚନା କରିଛନ୍ତି ।

ଏହି ଦୁଇ ମନ୍ଦିରର ପ୍ରତିବର୍ଷ ବହୁ ସଂଖ୍ୟାରେ ପର୍ଯ୍ୟଟକଙ୍କ ଭିଡ ଜମିଥାନ୍ତି । ବିଶେଷ କରି କେତେକ ପର୍ବରେ ଏଠି ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଆସିଥାନ୍ତି । ତେଣୁ ଏହି ସ୍ଥାନର ଉନ୍ନତି ଉପରେ ଗୁରୁତ୍ୱ ଦିଆଯାଇଛି । ଟ୍ରେକିଂ ରୁଟ୍, ନୃସିଂହନାଥରୁ ହରିଶଙ୍କର ରୋପ୍ ୱେ, ମାର୍କେଟ କମ୍ପ୍ଲେକ୍ସ, ଶିଶୁ ଉଦ୍ୟାନ, ପିକିନିକ୍ ସ୍ପଟ, ଝରଣାର ସୌନ୍ଦର୍ୟ୍ୟକରଣ, ଯାତ୍ରୀ ପ୍ରତୀକ୍ଷାଳୟ, ଷ୍ଟ୍ରିଟ ଲାଇଟ୍ ବ୍ୟବସ୍ଥା ଆଦି କରାଯିବା ନେଇ ଆଲୋଚନା ହୋଇଛି ।
Comments are closed.