Latest Odisha News

କ୍ରିକେଟର ରାହୁଲ ତେବେତିଆ-ରିଦ୍ଧିଙ୍କ ମଧ୍ୟରେ ନିର୍ବନ୍ଧ ସମ୍ପନ୍ନ, ଖୁବ୍ ଶୀଘ୍ର ହେବ ବାହାଘର

ମୋହାଲୀ:ରାଜସ୍ଥାନ ରୟାଲ୍ସ ଅଲରାଉଣ୍ଡର ରାହୁଲ ତିବେତିଆ ଓ ରିଦ୍ଧି ପନ୍ନୁଙ୍କ ମଧ୍ୟରେ ବୁଧବାର ନିର୍ବନ୍ଧ ସମ୍ପନ୍ନ ହୋଇଛି । ଆଇପିଏଲରେ ବିସ୍ଫୋରକ ବ୍ୟାଟିଂ କରୁଥିବା ରାହୁଲ କିନ୍ତୁ ରିଦ୍ଧିଙ୍କ ସୌନ୍ଦର୍ଯ୍ୟ ଆଗରେ ବୋଲ୍ଡ ହୋଇଯାଇଛନ୍ତି । ଖୁବ୍ ଶୀଘ୍ର ଉଭୟଙ୍କ ବିବାହ ତାରିଖ ଘୋଷଣା କରାଯିବ ବୋଲି ପରିବାର ପକ୍ଷରୁ କୁହାଯାଇଛି । ନିର୍ବନ୍ଧ ବେଳେ ରାହୁଲଙ୍କ ସାଙ୍ଗ ନିତୀଣ ରାଣା ଉପସ୍ଥିତ ଥିଲେ ।

ବର୍ଷକ ମଧ୍ୟରେ ଭାରତୀୟ କ୍ରିକେଟର ୟୁଜଭେନ୍ଦ୍ର ଚହଲ, ବରୁଣ ଚକ୍ରବର୍ତି, ହାର୍ଦ୍ଦିକ ପାଣ୍ଡ୍ୟା ଓ ଜୟଦେବ ଉନାଡକଟ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ରାହୁଲଙ୍କ ଆଇପିଏଲର ୧୪ତମ ସଂସ୍କରଣ ପାଇଁ ରାଜସ୍ଥାନ ରୟାଲ୍ସ ଟିମରେ ରଖିଛି । ଆଇପିଏଲରେ ସେ ଉଭୟ ବ୍ୟାଟିଂ ଏବଂ ବୋଲିଂରେ ଭଲ ପ୍ରଦର୍ଶନ କରି ସମସ୍ତଙ୍କୁ ପ୍ରଭାବିତ କରିଥିଲେ ।

Leave A Reply

Your email address will not be published.