Latest Odisha News

BREAKING NEWS

ନିଜ ଦଳର ନେତାଙ୍କୁ ଚାପୁଡା ମାରି ଅଡୁଆରେ କହ୍ନେୟା, ନିନ୍ଦା ପ୍ରସ୍ତାବ ଆଣିଲା ସିପିଆଇ

ହାଇଦ୍ରାବାଦ:ଜେଏନୟୁ ପୂର୍ବ ଛାତ୍ର ସଂଘ ଅଧ୍ୟକ୍ଷ କହ୍ନେୟା କୁମାର ପୁନର୍ବାର ବିବାଦୀୟ ପରିସ୍ଥିତି ସୃଷ୍ଟି କରି ଅଡୁଆରେ ପଡିଛନ୍ତି । ନିଜ ଦଳର ବରିଷ୍ଠ ନେତାଙ୍କୁ ଚାପୁଡା ମାରିଥିବାରୁ ତାଙ୍କ ବିରୋଧରେ ସିପିଆଇ ନିନ୍ଦା ପ୍ରସ୍ତାବ ପାରିତ କରିଛି । ୨୦୨୦ ଡିସେମ୍ବରରେ ହାଇଦ୍ରାବାଦରେ ନ୍ୟାଶନାଲ କାଉନସିଲ ବୈଠକରେ କହ୍ନେୟା ନିଜ ସମର୍ଥକଙ୍କ ସହ ପ୍ରବେଶ କରିଥିଲେ ।

ବେଗସୁରାୟା ଜିଲା କାଉନସିଲ ନେଇ ବୈଠକ ହେବାର ଥିଲା । ହଠାତ୍ ଏହାକୁ ବନ୍ଦ କରି ଦିଆଯିବାରୁ ସେ ରାଗିଯାଇ ଇନ୍ଦୁଭୂଷଣ ବର୍ମାଙ୍କୁ ଖରାପ ବ୍ୟବହାର ଦେଖାଇବା ସହ ବାଡେଇଥିଲେ । ନିନ୍ଦା ପ୍ରସ୍ତାବକୁ ୧୦୭ଜଣ ସଦସ୍ୟ ସମର୍ଥନ କରିଛନ୍ତି ।

Comments are closed.