Latest Odisha News

BREAKING NEWS

କେବେଠୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା, ଜାଣନ୍ତୁ

ଭୁବନେଶ୍ୱର: ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷା ମେ’ ୩ରୁ୧୫ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଶୁକ୍ରବାର ସୂଚନା ମିଳିଛି।

ସେହିଭଳି ମାଧ୍ୟମା (ସଂସ୍କୃତ) ପରୀକ୍ଷା ମେ’ ୩ରୁ ୧୨ ଏବଂ ଓପନ୍ ସ୍କୁଲ ପରୀକ୍ଷା ମେ’ ୩ରୁ ୧୫ ମଧ୍ୟରେ ହେବ ବୋଲି ଜଣାପଡିଛି।

ଏହାପୂର୍ବରୁ ମାଟ୍ରିକ୍ ଛାତ୍ରଛାତ୍ରୀଙ୍କର ଫର୍ମ ଫିଲଅପ୍ ତାରିଖର ସମୟସୀମା ବୃଦ୍ଧି କରାଯାଇଥିଲା।

ତେବେ ଛାତ୍ରଛାତ୍ରୀ ମାନେ ଚଳିତ ବର୍ଷ ନିଜ ନିଜ ବିଦ୍ୟାଳୟରେ ମାଟ୍ରିକ୍ ତଥା ବାର୍ଷିକ ହାଇସ୍କୁଲ୍ ସାର୍ଟିଫିକେଟ୍ ଦେବେ ବୋଲି ସୂଚନା ମିଳିଛି।

Comments are closed.