Latest Odisha News

ନିଦ ବାଉଳାରେ ଏୟାରପୋଡ ଢ଼ୋକିଦେଲେ ଆସନ୍ତୁ ଜାଣିବା ଏହା ପରେ କଣ ହେଲା

ମାସଚୁସେଟସ: ଆମେରିକାର ମାସଚୁସେଟସରେବ୍ରେଡ ଗାଥିୟାର ତାଙ୍କ ଛାତିରେ ହଠାତ୍ ଯନ୍ତ୍ରଣା ଅନୁଭବ କଲେ । ପାଣି ପିଇବାରୁ ଯନ୍ତ୍ରଣା ଅସହ୍ୟ ହୋଇଥିଲା ଫଳରେ ଭୟଭୀତ ହୋଇ ସେ ଡାକ୍ତରଙ୍କ ନିକଟକୁ ଯାଇଥିଲେ । ଏକ୍ସରେ କରିବା ପରେ ଡାକ୍ତର ଚକିତ ହୋଇ ପଡିଥିଲେ । କାରଣ ଯୁବକଟିର ଖାଦ୍ୟ ନଳୀରେ ଏୟାରପଡ ଅଟକି ଯାଇଥିଲା ।

ନିଦ ବାଉଳାରେ ଗାଥିୟର ଏହାକୁ ଢ଼ୋକି ଦେଇଥିଲେ । ପରେ ଏଣ୍ଡୋସ୍କୋପି ମାଧ୍ୟମରେ ଏହାକୁ ବାହାର କରାଯାଇଥିଲା । ଏବେ ସେ ସୁସ୍ଥ ଅଛନ୍ତି । ଡାକ୍ତରଙ୍କ ମତରେ ଯଦି ଏହା ଅନ୍ୟ କେଉଁ ସ୍ଥାନରେ ଅଟକି ଯାଇଥାନ୍ତା ତାହାହେଲେ ତାଙ୍କୁ ବଂଚାଇବା କଷ୍ଟକର ହୋଇପଡିଥାନ୍ତା । ସର୍ଜରୀ ସମୟରେ ବି ସମ୍ପୂର୍ଣ୍ଣ ସତର୍କତା ଅବଲମ୍ବନ କରାଯାଇଥିଲା ।

Comments are closed.