Latest Odisha News

BREAKING NEWS

ମହାନଦୀ ଜଳ ପାଇଁ ବ୍ୟାପକ ହେବ ଆନ୍ଦୋଳନ

ନୂଆଦିଲ୍ଲୀ: ମହାନଦୀ ପାଣି ପାଇଁ ପୁଣି ବ୍ୟାପକ ହେବ ଆନ୍ଦୋଳନ। ଆଜି ମହାନଦୀ ଟ୍ରିବ୍ୟୁନାଲର ୧୯ତମ ଶୁଣାଣି ପରେ ଏପରି କହିଛନ୍ତି ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ। ଏହି ମାମଲାରେ ଆସନ୍ତା ବୁଧବାର ସୁଦ୍ଧା ଟ୍ରିବ୍ୟୁନାଲରେ ମତ ରଖିବେ ଓଡ଼ିଶା- ଛତିଶଗଡ଼ । ମଧ୍ୟବର୍ତ୍ତୀକାଳୀନ ଆବେଦନ ଉପରେ ହେବ ଆଲୋଚନା । ଓଡ଼ିଶା-ଛତିଶଗଡ଼ ଆଲୋଚନା କରି ୩ ସପ୍ତାହ ମଧ୍ୟରେ ଜଣାଇବେ । କମନ୍ ଇନଫରମେସନ ଫର୍ମାଟ ଉପରେ ଉଭୟ ରାଜ୍ୟ ମତ ରଖିବେ ବୋଲି କହିଛନ୍ତି ଟ୍ରିବ୍ୟୁନାଲ ।

ସେହପରି ଯଦି କିଛି ସୂଚନା ଓ ତଥ୍ୟର ଅଭାବ ଥାଏ ତେବେ କେନ୍ଦ୍ର ସରକାର ଓ ଟ୍ରିବ୍ୟୁନାଲକୁ ଜଣାଇପାରିବେ ଓଡ଼ିଶା ସରକାର । ତେବେ ଆସନ୍ତା ମାର୍ଚ୍ଚ ୧୩ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ । ସେପଟେ ମହାନଦୀ ଜଳ ବିବାଦର ୧୯ ତମ ଶୁଣାଣିରେ ଟ୍ରିବ୍ୟୁନାଲରୁ କୌଣସି ଅନ୍ତରୀଣ ଆଦେଶ ଆସିପାରି ନାହିଁ ।

ମାନଦୀ ଜଳ ବିବାଦକୁ ନେଇ ଦିନ ଗଡି ଚାଲିଥିବାରୁ, ଏଥିରେ ଓଡ଼ିଶାର ସ୍ୱାର୍ଥ ଉପେକ୍ଷିତ ହେଉଛି ବୋଲି କହିଛନ୍ତି ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ । ତେଣୁ ମହାନଦୀ ବଞ୍ଚାଅ ଆନ୍ଦୋଳନ ଏହାକୁ ଗମ୍ଭୀରତାର ସହିତ ନେଇଛି । ଓଡ଼ିଶା ସ୍ୱାର୍ଥ ପାଇଁ ମହାନଦୀ ବଞ୍ଚାଅ ଆନ୍ଦୋଳନ ତାର କାର୍ଯ୍ୟକ୍ରମକୁ ଆଗକୁ ବ୍ୟାପକ କରିବା ସହ ଆନ୍ଦୋଳନ କରିବ ବୋଲି ସୂଚନା ଦେଇଛନ୍ତି ଆବାହକ ସୁଦର୍ଶନ ଦାସ ।

Leave A Reply

Your email address will not be published.