Latest Odisha News

BREAKING NEWS

CoWIN ପଞ୍ଜିକରଣ ଲାଗି ଆଧାର ବାଧ୍ୟତାମୂଳକ ନୁହେଁ: ମନ୍ତ୍ରୀ

ନୂଆଦିଲ୍ଲୀ: ଫ୍ରଣ୍ଟଲାଇନ କର୍ମଚାରୀଙ୍କୁ ଟୀକାକରଣ କରିବାର ପ୍ରଥମ ପର୍ଯ୍ୟାୟ ଭାରତରେ ସମ୍ପୂର୍ଣ୍ଣ ହୋଇଥିଲା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ୫୦ ବର୍ଷରୁ ଅଧିକ ବୟସ୍କଙ୍କୁ ଦିଆଯିବ।

ଯଦିଓ ସାଧାରଣ ଜନତା କିପରି ଏହି ଟିକା ପାଇଁ ପଞ୍ଜୀକୃତ ହେବେ ସେନେଇ ଏଯାଏଁ ସ୍ପଷ୍ଟ ହୋଇନାହିଁ। ତଥାପି କୋ-ଓ୍ବିନ୍ ଜରିଆରେ ହିତାଧିକାରୀ ମାନେ ଆଧାର କାର୍ଡ ବ୍ୟବହାର କରି ପଞ୍ଜିକରଣ କରିପାରିବେ ବୋଲି ପୂର୍ବରୁ ଘୋଷଣା କରାଯାଇଥିଲା।

ତେବେ ବର୍ତ୍ତମାନ ସମୟରେ ଏଥି ପାଇଁ ଆଉ ଆଧାର କାର୍ଡ ବାଧ୍ୟତାମୂଳକ ନୁହେଁ ବୋଲି ସୂଚନା ମିଳିଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ (ରାଜ୍ୟ) ଅଶ୍ୱିନୀ ଚୌବେ ଲୋକସଭାରେ ଏହି ସୂଚନା ଦେଇଛନ୍ତି। ଏବେ ଏହି ପୋର୍ଟାଲ ବିଶ୍ୱର ସବୁଠୁ ବଡ ଟୀକାକରଣ ପ୍ଲାଟଫର୍ମ ପାଲଟିଛି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଜାତୀୟ ଡିଜିଟାଲ୍ ସ୍ୱାସ୍ଥ୍ୟ ମିଶନରେ ଅନୁଯାୟୀ କୋ-ଓ୍ବିନ୍ ଆବେଦନ ଗୋପନୀୟତା ନୀତି ଅନୁସରଣ କରୁଛି।

 

Leave A Reply

Your email address will not be published.