Latest Odisha News

BREAKING NEWS

କର୍କଟରୁ ରକ୍ଷା ପାଇବା ନିମନ୍ତେ ସୁସ୍ଥ ଜୀବନଚର୍ଯ୍ୟା ଆବଶ୍ୟକ

ଭୁବନେଶ୍ୱର: ସୁସ୍ଥ ଜୀବନଚର୍ଯ୍ୟା ଓ ଶରୀରର ନିୟମିତ ପରୀକ୍ଷା ଦ୍ୱାରା କର୍କଟ ରୋଗକୁ ନିଜଠାରୁ ଦୂରରେ ରଖିବା ସମ୍ବବ ଅଟେ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର କୁଳପତି ପ୍ରଫେସର (ଡ) ଅଶୋକ କୁମାର ମହାପାତ୍ର କହିଛନ୍ତି ।

ବଂଶଗତ ଭାବେ କର୍କଟ ରୋଗ ପରିବାର ମଧ୍ୟରେ ଦେଖାଦେଇପାରେ ମାତ୍ର ଧୂମ୍ରପାନ, ନିଶାସେବନ, ଖାଦ୍ୟ ଓ ପରିଶ୍ରମ ବିହୀନ ଜୀବନ ମଧ୍ୟ ଏହାର କାରଣ ହୋଇପାରେ ବୋଲି ପ୍ରଫେସର ମହାପାତ୍ର କହିଛନ୍ତି ।

ଜଣେ ବିଶିଷ୍ଟ ସ୍ନାୟୁଶଲ୍ୟ ବିଶାରଦ ଭାବେ ପରିଚିତ ପ୍ରଫେସର ମହାପାତ୍ର ସୋଆ ଏନ୍‌ଏସ୍‌ଏସ୍ ସଭ୍ୟମାନଙ୍କ ସହିତ ବିଶ୍ୱ କର୍କଟ ଦିବସ ଉପଲକ୍ଷେ  ଆୟୋଜିତ ଏକ କାର୍ଯ୍ୟକ୍ରମରେ ବାର୍ତାଳାପ କରି ଏହା କହିଥିଲେ।

ସେ କହିଥିଲେ ଯେ ପ୍ରତ୍ୟେକ ମନୁଷ୍ୟ ଶରୀରରେ କ୍ୟାନ୍ସର ଜିନ୍ ସୁପ୍ତ ଅବସ୍ଥାରେ ରହିଥାଏ । ମାତ୍ର ଏହା ହଠାତ୍ ସକ୍ରିୟ ହୋଇ କର୍କଟ ରୋଗ ସୃଷ୍ଟି କରେ । ମନୁଷ୍ୟର ଯେ କୌଣସି ବୟସରେ ଏହି ରୋଗ ହୋଇପାରେ । ମହିଳାମାନଙ୍କ ମଧ୍ୟରେ ବିଶେଷ ଭାବେ ସ୍ତନ, ଜରାୟୁ ବା ଡିମ୍ବାଶୟରେ କର୍କଟ ହେଉଥିବା ବେଳେ ପୁରୁଷ ମାନଙ୍କ କ୍ଷେତ୍ରରେ ମୁଖ, ଖାଦ୍ୟନଳୀ ବା ପାକସ୍ଥଳୀ କର୍କଟ ଦେଖାଯାଇଥାଏ ।

ଏହି କାର୍ଯ୍ୟକ୍ରମରେ ସୋଆ ଏନ୍‌ଏସ୍‌ଏସ୍‌ରର ମୁଖ୍ୟ ସଂଯୋଜକ ଡକ୍ଟର ନଚିକେତା ଶର୍ମା ଓ ଅନ୍ୟ କର୍ମକର୍ତାମାନେ ଉପସ୍ଥିତ ଥିଲେ ।

Comments are closed.