ଚେନ୍ନାଇ: ଭାରତ ବିପକ୍ଷ ଚେନ୍ନାଇ ଟେଷ୍ଟରେ ଇଂଲଣ୍ଡର ବିଶାଳ ସ୍କୋର । ପ୍ରଥମ ଇନିଂସରେ ଭ୍ରମଣକାରୀ ଟିମ୍ ୫୭୮ ରନରେ ଅଲ୍ ଆଉଟ୍ ହୋଇଛି । ଗତକାଲିର ଅସମାପ୍ତ ୮ ଓ୍ୱିକେଟରେ ୫୫୫ରନରୁ ତୃତୀୟ ଦିନ ଖେଳ ଆରମ୍ଭ କରିଥିଲା ଇଂଲିଶ ବାହିନୀ । ଜୋନ୍ ବେସଙ୍କୁ ଏଲବିଡବ୍ଲ୍ୟୁ କରି ନବମ ଓ୍ୱିକେଟ ଖସାଇଥିଲେ ବୁମରାହ ।

ତୃତୀୟ ଦିନ ଖେଳର ଦଶମ ଓଭରରେ ଆଣ୍ଡରସନଙ୍କ ଓ୍ୱିକେଟ ନେଇ ଇଂଲଣ୍ଡର ପ୍ରଥମ ଇନିଂସର ପରିସମାପ୍ତି କରିଥିଲେ ଅଶ୍ୱିନ । ଭାରତ ପକ୍ଷରୁ ଅଶ୍ୱିନ ଓ ବୁମରାହ ୩ଟି ଲେଖାଏଁ ଓ୍ୱିକେଟ ନେଇଛନ୍ତି । ସେହିପରି ଇଶାନ୍ତ ଶର୍ମା ଓ ଶାହବାଜ ନଦୀମ ୨ଟି ଲେଖାଏ ଓ୍ୱିକେଟ ପାଇଛନ୍ତି ।

ଇଂଲଣ୍ଡ ପକ୍ଷରୁ ଅଧିନାୟକ ଜୋ ରୁଟ୍ ୧୦୦ତମ ଟେଷ୍ଟ ଖେଳି ଦ୍ୱିଶତକ(୨୧୮ରନ୍) ହାସଲ କରିଛନ୍ତି । ବେନ୍ ଷ୍ଟୋକସ କରିଛନ୍ତି ୮୨ ରନ୍ । ଏବେ ଚର୍ଚ୍ଚା ହେଉଛି ଇଂଲଣ୍ଡର ରନ୍ ପାହାଡ଼କୁ କାଟି ଭାରତ ପ୍ରଥମ ଟେଷ୍ଟ କଣ ଜିତି ପାରିବ ।
BREAKING NEWS
- ଟେକ୍-ଅଫର କିଛି ସମୟ ପରେ ସେନା ବିମାନ କ୍ରାସ, ୬ ମୃତ
- ଦୀର୍ଘ ୬ ବର୍ଷ ପରେ ଖୋଲିଲା ଗୁଣ୍ଡିଚା ମନ୍ଦିର
- ଆଜି ୪ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ, ଜାଣନ୍ତୁ କାହିଁକି…
- ଆଜି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ, ବିଭିନ୍ନ ସ୍ଥାନରେ ଟାୟାର ଜାଳି…
- ଜାମ୍ମୁ-କାଶ୍ମୀରର କଠୁଆରେ ବଡ଼ ଅଘଟଣ :ଯବାନଙ୍କ ଗୁଳିଚାଳନାରେ ୪ ସହକର୍ମୀ ମୃତ
- ଭିଜିଲାନ୍ସ ସ୍ୱତନ୍ତ୍ର କୋର୍ଟରେ ପୂର୍ବତନ ଆରଟିଓ ଦୋଷୀ ସାବ୍ୟସ୍ତ
- ଝାରସୁଗୁଡ଼ା ବେଦାନ୍ତ ଆଲୁମିନିୟମର ଶିଳ୍ପାଞ୍ଚଳ ଟାଉନସିପ୍କୁ ମିଳିଲା ‘ଏମ.କେ. ରାଉତ ପ୍ରଦୂଷଣ ନିୟନ୍ତ୍ରଣ ପ୍ରଶଂସା ପୁରସ୍କାର ୨୦୨୬’
- ବାୟୋ ଗ୍ୟାସ୍ ପ୍ରକଳ୍ପ: ୧୯ଟି ଶିଳ୍ପ ନିବେଶ ପ୍ରସ୍ତାବକୁ ଅନୁମୋଦନ, ସୃଷ୍ଟି ହେବ ୧୦୬୬୧ଟି ନିଯୁକ୍ତି ସୁଯୋଗ
- ଆସନ୍ତାକାଲି ଓଡ଼ିଶା ବନ୍ଦ; ରାଜ୍ୟର ସବୁ ଜିଲ୍ଲାପାଳଙ୍କୁ ଗୃହ ବିଭାଗର ସତର୍କ ସୂଚନା
- ଟିପିଏସ୍ଓଡିଏଲ୍ ତରଫରୁ ଗଜପତି ଜିଲ୍ଲାରେ ସୋଲାର ରଥର ଶୁଭାରମ୍ଭ

Comments are closed.