Latest Odisha News

BREAKING NEWS

ଅମିତ ଶାହାଙ୍କ ବଡ଼ ବୟାନ, କହିଲେ କରୋନା ଟିକାକରଣ ପରେ ଦେଶରେ ଲାଗୁ ହେବ ସିଏଏ

କୋଲକାତା : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବଡ଼ ଘୋଷଣା । ଦେଶରେ କରୋନା ଟିକାକରଣ ଶେଷ ହେବା ପରେ ଲାଗୁ ହେବ ନାଗରିକତା ସଂଶୋଧନ ଆଇନ୍ (ସିଏଏ) । ଗୁରୁବାର ପଶ୍ଚିମବଙ୍ଗର କୁଚ ବେହାରରେ ଏକ ରାଲିକୁ ସମ୍ବୋଧିତ କରି ଏହି ବଡ଼ ଘୋଷଣା କରିଛନ୍ତି ଶାହ । ଏଥିସହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ମଧ୍ୟ ଶାହା ଜୋରଦାର ଟାର୍ଗେଟ କରିଛନ୍ତି ।

ଅମିତ ଶାହା କହିଛନ୍ତି, ଟିକାକରଣ ଏବଂ କରୋନା ଭଳି ମହାମାରୀର ପ୍ରଭାବ ଶେଷ ହେବା ପରେ ଦେଶରେ ସିଏଏକୁ ଲାଗୁ କରାଯିବ । ଏହାଦ୍ୱାରା ସଂଖ୍ୟାଲଘୁଙ୍କ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ । ବିରୋଧୀମାନେ ଜାଣିଶୁଣି ସେମାନଙ୍କୁ ଭ୍ରମିତ କରୁଛନ୍ତି ବୋଲି ଶାହା କହିଛନ୍ତି । ଗୁରୁତ୍ବପୂର୍ଣ୍ଣ କଥା, ସିଏଏ ଲାଗୁ କରିବା ପୂର୍ବରୁ ଦେଶରେ କରୋନା ବ୍ୟାପିଥିଲା । ଯେଉଁଥି ପାଇଁ ସିଏଏ ଲାଗୁ କରିପାରିନଥିଲେ ସରକାର। ହେଲେ ଏବେ ଟିକାକରଣ ଶେଷ ହେବା ପରେ ସରକାର ସିଏଏ ଲାଗୁ କରିବେ ।

ଏଥିସହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରି ଶାହା କହିଛନ୍ତି, ସିଏଏକୁ ଦିଦି ମିଛ ପ୍ରତିଶ୍ରୁତି ବୋଲି କହୁଛନ୍ତି । ହେଲେ ବିଜେପି ଯାହା କୁହେ, ତାହା କରି ଦେଖାଏ ବୋଲି ଶାହ କହିଛନ୍ତି । ମମତା ବାନାର୍ଜୀ ବି ଏହାକୁ ବିରୋଧ କରିପାରିବେନି । କାରଣ ଆସନ୍ତା ନିର୍ବାଚନ ପରେ ସେ ଆଉ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ପଦରେ ନଥିବେ ବୋଲି ଶାହା ଦୃଢୋକ୍ତି ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.