Latest Odisha News

BREAKING NEWS

ରାଜ୍ୟରେ ସୁସ୍ଥ ହେଲେ ଆଉ ୬୦ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ହ୍ରାସ ପାଉଛି କରୋନା ମହାମାରୀ ପ୍ରଭାବ । ଦିନକୁ ଦିନ କମିବାରେ ଲାଗିଛି ଆକ୍ରାନ୍ତ ସଂଖ୍ୟା । ଏହାରି ଭିତରେ ଆଜି ରାଜ୍ୟରୁ କରୋନାରୁ ସୁସ୍ଥ ହୋଇ ଫେରିଛନ୍ତି ଆଉ ୬୦ ଜଣ ଆକ୍ରାନ୍ତ ।

ଖୋର୍ଦ୍ଧା, ପୁରୀ, ସୁନ୍ଦରଗଡ଼ରୁ ୮ ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ, ବରଗଡ଼ରୁ ୭ ଜଣ, ଯାଜପୁର ଓ ସମ୍ବଲପୁରରୁ ୫ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ସେହିପରି ବାଲେଶ୍ବର ଓ କଟକରୁ ୩ ଜଣ ଲେଖାଏଁ, ଅନୁଗୁଳରୁ ୨, ଗଞ୍ଜାମରୁ ୨, କେନ୍ଦୁଝରରୁ ୨, ବଲାଙ୍ଗିର, ଦେବଗଡ଼, ଜଗତସିଂହପୁର, ନବରଙ୍ଗପୁର, ସୋନପୁରରୁ ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇ ଫେରିଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୩ ଲକ୍ଷ ୩୩ ହଜାର ୨୮୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Leave A Reply

Your email address will not be published.