Latest Odisha News

BREAKING NEWS

ଦ୍ୱିତୀୟ ଚେଷ୍ଟାରେ ଫିଟନେସ ଟେଷ୍ଟ ପାସ୍ କଲେ ଜୟଦେବ, ଈଶାନ ଓ ସିଦ୍ଧାର୍ଥ

ମୁମ୍ବାଇ: ବିସିସିଆଇ ଫିଟନେସ ଟେଷ୍ଟରେ ବିଫଳ ହୋଇଥିବା ୬ଜଣ ଖେଳାଳିଙ୍କ ମଧ୍ୟ ଶୁକ୍ରବାର ୩ଜଣ ସେମାନଙ୍କ ଦ୍ୱିତୀୟ ଚେଷ୍ଟାରେ ସଫଳ ହୋଇଛନ୍ତି । ଏହି ଖେଳାଳିମାନେ ହେଲେ ଜୟଦେବ ଉନାଡକଟ, ଈଶାନ କିଶାନ ଓ ସିଦ୍ଧାର୍ଥ କୌଲ । ଟାଇମ୍ସ ଇଣ୍ଡିଆରେ ପ୍ରକାଶିତ ରିପୋର୍ଟରେ ସଞ୍ଜୁ ସାମସନ, ଈଶାନ କିଶାନ, ରାହୁଲ ତେୱାଟିଆ, ସିଦ୍ଧାର୍ଥ କୌଲ, ନୀତିଶ ରାଣା ଓ ଜୟଦେବ ଉନାଡକଟ ୟୋ ୟୋ ଫିଟନେସ ଟେଷ୍ଟରେ ବିଫଳ ହୋଇଥିଲେ ।

ବିସିସିଆଇ ଖେଳାଳିମାନଙ୍କୁ ୨କିଲୋମିଟର ଦୌଡକୁ ୮ ମିନିଟ ମଧ୍ୟରେ ଅତିକ୍ରମ କରିବା ନିମନ୍ତେ ଧାର୍ଯ୍ୟ କରିଛି । ସୂଚନାଯୋଗ୍ୟ, ୨୦୧୮ରେ ୟୋୟୋ ଟେଷ୍ଟରେ ବିଫଳ ହେବାରୁ ସଞ୍ଜୁ, ମହମ୍ମଦ ଶାମି ଓ ଅମ୍ବାତି ରାୟୁଡୁ ଇଂଲଣ୍ଡ ଗସ୍ତରେ ହେବାକୁ ଥିବା ସୀମିତ ଓଭର ସିରିଜ ପାଇଁ ଚୟନ କରାଯାଇ ନ ଥିଲା ।

Comments are closed.