Latest Odisha News

BREAKING NEWS

ବିଶାଖାପାଟଣାରେ ଭୟଙ୍କର ସଡ଼କ ଦୁର୍ଘଟଣା, ୮ ମୃତ

ବିଶାଖାପାଟଣା : ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ବେଳେ ଘାଟି ତଳକୁ ଖସିଲା ବସ । ଦୁର୍ଘଟଣାରେ ୮ ଜଣଙ୍କ ପର୍ଯ୍ୟଟଙ୍କ ମୃତ୍ୟୁ ହୋଇଛି । ପ୍ରାୟ ୩୦ ଜଣ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ବେଳେ ବିଶାଖାପାଟଣାରେ ଘାଟି ତଳକୁ ଖସି ପଡ଼ିଥିଲା ବସ ।

ଦୁର୍ଘଟଣାରେ ୮ ଜଣ ପର୍ଯ୍ୟଟକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ, ଅନ୍ୟମାନେ ଆହତ ହୋଇଛନ୍ତି । ଗୁରୁତରଙ୍କ ସଂଖ୍ୟା ଅଧିକ ଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିବାର ଆଶଙ୍କା କରାଯାଉଛି । ସୂଚନା ଅନୁସାରେ, ହାଇଦ୍ରାବାଦର ଦୀନେଶ ଟ୍ରାଭେଲସର ଏକ ବସ ୩୦ ଜଣ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ବେଳେ ଘାଟିରେ ଦୁର୍ଘଟଣାର ଶିକାର ହୋଇଥିଲା । ବସଟି ବିଶାଖାପାଟଣାରୁ ହାଇଦ୍ରାବାଦ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା ।

Leave A Reply

Your email address will not be published.