Latest Odisha News

BREAKING NEWS

ଭାରତ ୩୨୯ ରନରେ ଅଲଆଉଟ, ଇଂଲଣ୍ଡ ୩୯/୪

ଚେନ୍ନାଇ: ଏଠାରେ ଚାଲିଥିବା ଦ୍ୱିିତୀୟ କ୍ରିକେଟ ଟେଷ୍ଟର ଲଂଚ ବ୍ରେକ ସୁଦ୍ଧା ଟିମ୍ ଇଣ୍ଡିଆ ଭଲ ସ୍ଥିତିରେ ରହିଛି । ଟିମ୍ ଇଣ୍ଡିଆ ପ୍ରଥମ ଇନିଂସରେ ୩୨୯ ରନ କରି ଅଲଆଉଟ ହୋଇ ଯାଇଥିଲା । ଏହାର ଜବାବରେ ଇଂଲଣ୍ଡ ୪ ଉଇକେଟ ହରାଇ ୩୯ ରନ ସଂଗ୍ରହ କରିଛି । ବେନ ଷ୍ଟୋକ୍ସ ୧୧ ଓ ଓଲୀ ପୋପ୍ କୌଣସି ରନ ନ କରି ଅପରାଜିତ ଅଛନ୍ତି । ଭାରତ ପକ୍ଷରୁ ରବିଚନ୍ଦ୍ରନ ଅଶ୍ୱୀନ ୨ଟି ଏବଂ ଈଶାନ୍ତ ଶର୍ମା ଓ ଅକ୍ଷର ପଟେଲ ଗୋଟିଏ ଲେଖାଁଏ ଉଇକେଟ ଅକ୍ତିଆର କରିଛନ୍ତି ।

ପୂର୍ବରୁ ଭାରତ ତାର ଅସମାପ୍ତ ଇନିଂସ ୩୦୦/୬ରୁ ବ୍ୟାଟିଂ ଆରମ୍ଭ କରିଥିଲା । ଦଳ ୨୯ ରନରେ ବାକି ୪ଟି ଉଇକେଟ ହରାଇଥିଲା । ଋଷଭ ପନ୍ତ ୫୮ ରନ କରି ଅପରାଜିତ ରହିଥିଲେ । ଇଂଲଣ୍ଡର ମୋଇନ ଅଲୀ ଓ ଓଲି ଷ୍ଟୋନ ଏହି ୪ଟି ଉଇକେଟ ଅକ୍ତିଆର କରିଥିଲେ ।

Leave A Reply

Your email address will not be published.