Latest Odisha News

ବାଘ ଛାଲ ଜବତ, ଦୁଇ ଜଣଙ୍କୁ ବାନ୍ଧିଲା ଏସଟିଏଫ୍

ନୂଆପଡ଼ା: ବାଘ ଛାଲ ବିକ୍ରି ପାଇଁ ଡିଲ୍ ଚାଲିଥିଲା । ଖବର ପାଇ ଅଚାନକ ଚଢ଼ାଉ କଲା କ୍ରାଇମବ୍ରାଞ୍ଚ ଏସଟିଏଫ୍ । ଦୁଇ ଜଣଙ୍କୁ ଗିରଫ ରଖାଯାଇଛି । ଜବତ ହୋଇଛି ଗୋଟିଏ କଲର ପତରିଆ ବାଘ ଛାଲ । ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ ପଳାଶପଡ଼ା ଛକରେ ଚଢ଼ାଉ କରି ଏହି ରାକେଟକୁ ଧରିଛି ଏସଟିଏଫ୍ ।

ଗିରଫ ଅଭିଯୁକ୍ତମାନେ ହେଲେ ନୂଆପଡ଼ା ଜିଲ୍ଲାର ସବୁରବାନ୍ ସିଂ ଓ ସମାନସିଂ ମାଝୀ । ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଘଟଣାର ଅଧିକ ଖୋଳତାଡ ଜାରି ରଖିଛି ଏସଟିଏଫ୍ । କେମିକାଲ୍ ପରୀକ୍ଷା ପାଇଁ ଜବତ ବାଘ ଛାଲକୁ ଡେରାଡୁନ୍ ସ୍ଥିତ ଓ୍ୱାଇଲ୍ଡ ଲାଇଫ୍ ଇନିଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆକୁ ପଠାଯିବ ।

Leave A Reply

Your email address will not be published.