Latest Odisha News

ପୂର୍ବତନ ପ୍ରେମିକାଙ୍କ ଅଶ୍ଲୀଳ ଭିଡିଓ ଭାଇରାଲ୍ କରି ଯୁବକ ଗିରଫ

ବାଙ୍କୀ: ସୋସିଆଲ୍ ମିଡିଆରେ ପୂର୍ବତନ ପ୍ରେମିକାଙ୍କ ଅଶ୍ଲୀଳ ଭିଡିଓ ପୋଷ୍ଟ କରିବା ଯୁବକଙ୍କୁ ମହଙ୍ଗା ପଡ଼ିଛି । ବାଙ୍କୀ ପୋଲିସ ଏହି ମାମଲାରେ ଜଣେ ଯୁବକଙ୍କୁ ଗିରଫ କରିଛି । ପୋଲିସ ସୂଚନା ଅନୁସାରେ, ଭାଇରାଲ୍ ଭିଡିଓ ନେଇ ଯୁବତୀ ଜଣଙ୍କ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଭିତ୍ତିରେ ପୋଲିସ ମାମଲା ରୁଜୁ କରିବା ସହ ଅଭିଯୁକ୍ତକୁ ଗିରଫ କରିଛି । ଆଜି ଅଭିଯୁକ୍ତକୁ ପୋଲିସ କୋର୍ଟ ଚାଲାଣ କରିବ ।

ସୂଚନା ଅନୁସାରେ, ଯୁବକ ଓ ଯୁବତୀ ଉଭୟଙ୍କୁ କିଛି ମାସ ତଳେ ଭେଟ ହୋଇଥିଲେ । ଯାହା ପରେ ପ୍ରେମ ସମ୍ପର୍କର ରୂପ ନେଇଥିଲା । ଯୁବକ ଜଣଙ୍କ ଯୁବତୀଙ୍କ କିଛି ଅଶ୍ଲୀଳ ଫଟୋ ଓ ଭିଡିଓ ଉଠାଇଥିଲେ । ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ମଧ୍ୟ ନେଇଥିଲେ ।

ପରେ ଯୁବତୀଙ୍କ ପରିବାର ଅରାଜି ହେବା ସହ ଝିଅ ପାଇଁ ଅନ୍ୟ ସ୍ଥାନରେ ବିବାହ ସ୍ଥିର କରିଥିଲେ । ଫଳରେ ବାହା ହେବାକୁ ମନା କରି ଦେଇଥିଲେ ଯୁବତୀ ଜଣଙ୍କ । ଏଥିରେ ଉତକ୍ଷିପ୍ତ ପୂର୍ବତନ ପ୍ରେମିକ ଯୁବତୀଙ୍କ ଅଶ୍ଲୀଳ ଭିଡିଓକୁ ସୋସିଆଲ୍ ମିଡିଆରେ ପୋଷ୍ଟ କରିଥିଲା ।

Leave A Reply

Your email address will not be published.