Latest Odisha News

BREAKING NEWS

ପ୍ରଥମଥର ଫାଶୀ ପାଇବେ କୌଣସି ମହିଳା, ସାତ ଜଣ ସମ୍ପର୍କୀୟଙ୍କୁ କୁରାଢୀରେ ହାଣି କରିଥିଲେ ନିର୍ମମ ହତ୍ୟା

ମଥୁରା: ସ୍ୱାଧୀନ ଭାରତରେ ପ୍ରଥମ ଥର କୌଣସି ମହିଳା କଏଦୀ ଫାଶୀ ପାଇବାକୁ ଯାଉଛନ୍ତି । ଆଜି ପର୍ଯ୍ୟନ୍ତ କୌଣସି ମହିଳାଙ୍କୁ ଫାଶୀ ଦିଆଯାଇନାହିଁ । ଏବେ କିନ୍ତୁ ଏହି କଥାରେ ପୂର୍ଣ୍ଣଛେଦ ପଡ଼ିବାକୁ ଯାଉଛି । 

ଉତ୍ତରପ୍ରଦେଶର ମଥୁରା ସ୍ଥିତ ଅମରୋହ ଅଞ୍ଚଳର ଘଟଣା । ସେଠାକାର ସବନମ ନାମକ ଜଣେ ମହିଳା କଏଦୀଙ୍କୁ ମିଳିଛି ଫାଶୀଦଣ୍ଡ । ଏଥିପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇସାରିଛି ।

ଅମରୋହର ସବନମ୍୨୦୦୮ ଅପ୍ରେଲରେ ତା’ ପ୍ରେମିକର ମିଳିତ ସହଯୋଗରେ ସାତ ଜଣ ସମ୍ପର୍କୀୟଙ୍କୁ କୁରାଢୀରେ ନିର୍ମମ ଭାବରେ ହତ୍ୟା କରିଥିଲା । ସମସ୍ତ ସାକ୍ଷୀ ପ୍ରମାଣକୁ ନଜରରେ ରଖି ସୁପ୍ରିମକୋର୍ଟ ସବନମକୁ ଫାଶୀଦଣ୍ଡ ଶୁଣାଇଛନ୍ତି । ତେବେ ସବନମ ହେଉଛନ୍ତି ଭାରତର ପ୍ରଥମ ମହିଳା ଯିଏ ଫାଶୀ ପାଇବାକୁ ଯାଉଛନ୍ତି ।

ଦେଶ ସ୍ୱାଧୀନ ହେବା ପରଠୁ କୌଣସି ମହିଳା କଏଦୀଙ୍କୁ ଫାଶୀ ଦିଆଯାଇନାହିଁ । ସବନମଙ୍କୁ ଫାଶୀ ଦେବାପାଇଁ କୌଣସି ତାରିଖ ଧାର୍ଯ୍ୟ ହୋଇନଥିବା କହିଛନ୍ତି ବରିଷ୍ଠ ଜେଲ ଅଧୀକ୍ଷକ ଶୈଳେନ୍ଦ୍ର କୁମାର ମୈତ୍ରେୟ । ଡେଥ୍ଓ୍ୱାରେଣ୍ଟ ଜାରି ହେବା ପରେ ସବନମଙ୍କୁ ଫାଶୀ ଦିଆଯିବ ବୋଲି ସେ କହିଛନ୍ତି । ନିର୍ଭୟା ହତ୍ୟାକାଣ୍ଡର ଦୋଷୀଙ୍କୁ ଫାଶୀଖୁଣ୍ଡରେ ଚଢାଇଥିବା ପବନ ଜଲ୍ଲାଦ ସବନମଙ୍କୁ ଫାଶୀ ଦେଇପାରନ୍ତି ।

Leave A Reply

Your email address will not be published.