Latest Odisha News

BREAKING NEWS

ସ୍ନେହପ୍ରଭା ସାମନ୍ତରାୟଙ୍କୁ ଦଶମ ଓଡ଼ିଶୀ ନୃତ୍ୟ ସଂଗୀତ ସମ୍ମାନ

ଭୁବନେଶ୍ୱର : ସାଂସ୍କୃତିକ ଅନୁଷ୍ଠାନ ନୃତ୍ୟାଙ୍ଗନା ପକ୍ଷରୁ ଭଞ୍ଜ କଲା ମଣ୍ଡପରେ ଦୁଇଦିନ ଧରି ଚାଲିଥିବା ଦଶମ ଓଡ଼ିଶୀ ନୃତ୍ୟ ସଂଗୀତ ସମ୍ମାନ ସମାରୋହ ଉଦଯାପିତ ହୋଇଯାଇଛି ।  ଏହି ଅବସରରେ ବିଶିଷ୍ଟ ନୃତ୍ୟଗୁରୁ ସ୍ନେହପ୍ରଭା ସାମନ୍ତରାୟଙ୍କୁ ଦଶମ ଓଡ଼ିଶୀ ନୃତ୍ୟ ସଂଗୀତ ସମ୍ମାନରେ ସମ୍ମାନିତ କରାଯାଇଥିଲା ।

ଏହି ସମାରୋହର ପ୍ରଥମ ପ୍ରସ୍ତୁତିରେ ଅନୁଷ୍ଠାନର କନିଷ୍ଠ ଶିଳ୍ପୀ ମାନେ ମଙ୍ଗଳା ଚରଣ ପରିବେଷଣ କରିଥିଲେ ।  ପରେ ବରିଷ୍ଠ କଳାକାରଙ୍କ ଦ୍ୱାରା ସରସ୍ବତୀ ବନ୍ଦନା ଓ ବଜ୍ରକାନ୍ତି ପଲ୍ଲବୀ ପରିବେଷଣ ଖୁବ ଆକର୍ଷଣୀୟ ଥିଲା । ଗୁରୁ ସୁଦର୍ଶନ ରାୟଙ୍କ ନିର୍ଦ୍ଦେଶରେ ଗୋଟିପୁଅ ନୃତ୍ୟ,କାବେରୀ ପ୍ରିୟଦର୍ଶିନୀ ଓ ସାଥି କଳାକାରଙ୍କ ବିହୁ ନୃତ୍ୟ ଏବଂ ତ୍ରିଲୋଚନ ସାହୁ , ଶାଶ୍ବତୀ ସାହୁ ଓ ସାଥି କଳାକାରଙ୍କ ଆଦିବାସୀ ନୃତ୍ୟ ଦର୍ଶକଙ୍କୁ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିଥିଲା ।

ଏହି ଅବସରରେ ଇନ୍ଦିରା ଦତ୍ତ , ଉତ୍କଳ ସଂଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷା ତମସାରାଣୀ ମହାପାତ୍ର , କସ୍ତୁରୀ ରାୟ, ସଂଘମିତ୍ରା ସିଂହ, ଇତିଶ୍ରୀ ଦ୍ବିବେଦୀ , ଚପଳା ମିଶ୍ର , ମିନାକ୍ଷୀ ବେହେରା ଏବଂ ଅନୁଷ୍ଠାନର ପ୍ରତିଷ୍ଠାତା ଗୁରୁ ସୁବାସ ଚନ୍ଦ୍ର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.