Latest Odisha News

କୋଟିଆ ବିବାଦ, ସୁପ୍ରିମକୋର୍ଟରେ ପକ୍ଷ ରଖିଲେ ଆନ୍ଧ୍ର ସରକାର

ଭୁବନେଶ୍ୱର: ଓଡ଼ିଶାର କୋଟିଆରେ ଆନ୍ଧ୍ରର ଅନୁପ୍ରବେଶ ଓ ନିର୍ବାଚନ । ଏନେଇ ଓଡ଼ିଶା ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ କୋର୍ଟ ଆନ୍ଧ୍ର ସରକାରଙ୍କୁ ନୋଟିସ୍ ଜାରି କରିଥିଲେ । ଯାହା ଉପରେ ଆନ୍ଧ୍ର ସରକାର ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି । କୋଟିଆରେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ ନେଇ ଓଡ଼ିଶାର ଆବେଦନ ପରେ ଶୁଣାଣି ହେବ ।

ଆନ୍ଧ୍ରର ବିଜୟନଗରମ୍ ଜିଲ୍ଲାପାଳ ଦାଖଲ କରିଥିବା ସତ୍ୟପାଠ ଅନୁସାରେ, ଗଞ୍ଜେଇବଦର, ପାଟୁଚିନାରୁ ଓ ଫାଗୁଚିନାରୁ ୩ଟି ଗାଁ ଅରାକୁ ଲୋକସଭା ଏବଂ ସାଲୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆସୁଛି । ଏହି ୩ଟି ଗାଁରେ ଆନ୍ଧ୍ରପ୍ରଦେଶ ସରକାର ୨୦୦୬ ଓ ୨୦୧୩ରେ ପଞ୍ଚାୟତ ନିର୍ବାଚନ କରିଥିବା ପ୍ରଶାସନ କହିଛି । ଏଥିସହ ଏହି ୩ ଗାଁର ଲୋକ ୨୦୧୪ ଲୋକସଭା ଓ ବିଧାନସଭା ନିର୍ବାଚନରେ ଭୋଟ୍ ଦେଇଥିବା ଆପେକ୍ସ କୋର୍ଟରେ ଦାଖଲ ସତ୍ୟପାଠରେ କୁହାଯାଇଛି ।

 

Leave A Reply

Your email address will not be published.