Latest Odisha News

BREAKING NEWS

୭ ବର୍ଷ ପରେ IPLରେ ବିକ୍ରି ହେଲେ ଚେତେଶ୍ବର ପୂଜାରା

ଚେନ୍ନାଇ : ଆଇପିଏଲ ୧୪ ତମ ସଂସ୍କରଣ ପାଇଁ ସରିଛି ଖେଳାଳି ନିଲାମ । ୭ ବର୍ଷ ପରେ ପୁଣି ଆଇପିଏଲରେ ଖୋଳିବାକୁ ସୁଯୋଗ ପାଇବେ ଚେତେଶ୍ବର ପୂଜାରା । ଆଜିର ନିଲାମ ପ୍ରକ୍ରିୟାରେ ପୂଜାରାଙ୍କୁ ୫୦ ଲକ୍ଷ ଟଙ୍କାରେ କିଣିଛି ଚେନ୍ନାଇ ସୁପର କିଙ୍ଗ୍‌ସ । ଶେଷଥର ପାଇଁ ୨୦୧୪ରେ ଆଇପିଏଲ ଖେଳିଥିଲେ ପୂଜାରା ।

ପୂଜାରାଙ୍କ ବ୍ୟତିତ ଇଂଲଣ୍ଡର ସ୍ପିନର ଅଲରାଉଣ୍ଡର ମୋଇନ ଅଲ୍ଲୀଙ୍କୁ ୭ କୋଟି ଟଙ୍କାରେ କିଣିଛି ଚେନ୍ନାଇ । ସେହିଭଳି ଭାରତର ସ୍ପିନ୍‌ ଅଲରାଉଣ୍ଡର କେ. ଗୌତମଙ୍କୁ ଚେନ୍ନାଇ ୯.୨୫ କୋଟି ଟଙ୍କାରେ କିଣିଛି । ପ୍ରଥମେ କୋଲକାତା ତାଙ୍କୁ ୧ କୋଟିରେ କିଣିବାକୁ ଚାହିଁଥିଲା କିନ୍ତୁ ପରେ ହାଇଦରାବାଦ ୫ କୋଟି ଟଙ୍କା ଲଗାଇଥିଲା । ଏହ ପରେ ଚେନ୍ନାଇ ସୁପର କିଙ୍ଗ୍‌ସ ୯.୨୫ କୋଟି ଟଙ୍କାରେ କେ. ଗୌତମଙ୍କୁ କିଣିଛି । ଆଇପିଏଲ ୨୦୨୧ ନିଲାମୀରେ ଦୃତ ବୋଲରଙ୍କ ଦବଦବା ଜାରି ରହିଥିଲା । ଏଥର କ୍ରିସ୍‌ ମୋରିସଙ୍କୁ ସର୍ବାଧିକ ୧୬.୨୫ କୋଟି ଟଙ୍କାରେ କିଣିଛି ରାଜସ୍ଥାନ ରୟାଲ୍ସ ।

Comments are closed.