ମୁମ୍ବାଇ: ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ ଦ୍ୱିତୀୟ ଥର ପାଇଁ ମା ହେବାକୁ ଯାଉଛନ୍ତି । ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି କି, କରୀନାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
କରୀନା କପୁର ଖାନଙ୍କ ପ୍ରସବ ପୂର୍ବରୁ ତାଙ୍କ ଦ୍ୱିତୀୟ ସନ୍ତାନ ପାଇଁ ଉପହାର ଆସିବା ଆରମ୍ଭ ହୋଇଯାଇଛି। ତେବେ କରୀନା ପୁଣି ଥରେ ପୁତ୍ର ସନ୍ତାନ ଜନ୍ମ ଦେବେ କି କନ୍ୟା ସନ୍ତାନ, ଏହାକୁ ନେଇ ଆଲୋଚନ ଜୋର ଧରିଛି ।
ଏସବୁ ଭିତରେ ଜଣେ ଜ୍ୟୋତିଷ କରୀନା କପୁର ଖାନ ଏବଂ ସୈଫ ଅଲି ଖାନଙ୍କ ଦ୍ୱିତୀୟ ଶିଶୁକୁ ନେଇ ଭବିଷ୍ୟବାଣୀ କରିଛନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏଥର କରୀନା କନ୍ୟା ସନ୍ତାନା ମାଆ ହେବାକୁ ଯାଉଛନ୍ତି ।
ଇଏ ସେହି ଜ୍ୟୋତିଷ, ଯିଏ ଅନୁଷ୍କା ଶର୍ମା ଏବଂ ବିରାଟ କୋହଲିଙ୍କ ଘରକୁ ଆସିଥିବା କନ୍ୟା ସନ୍ତାନଙ୍କ ଭବିଷ୍ୟବାଣୀ କରିଥିଲେ । ଅଗଷ୍ଟ ୨୦୨୦ରେ କରୀନା ଫ୍ୟାନ୍ସଙ୍କ ସହ ଗର୍ଭବତୀ ହେବା ନେଇ ଖୁସି ଖବର ସେୟାର କରିଥିଲେ ।
Comments are closed.