Latest Odisha News

BREAKING NEWS

ଜିଲ୍ଲାପାଳମାନେ ନିଜ ଜିଲ୍ଲାର ଶିଳ୍ପାୟନର ନେତୃତ୍ୱ ନିଅନ୍ତୁ: ଅସିତ ତ୍ରିପାଠୀ

ଝାରସୁଗୁଡ଼ା : ନିଜ ଜିଲ୍ଲାରେ ଶିଳ୍ପାୟନର ନେତୃତ୍ୱ ନିଅନ୍ତୁ ଜିଲ୍ଲାପାଳ । ଏହି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଓ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ । ସୋମବାର ଝାରସୁଗୁଡ଼ା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଝାରସୁଗୁଡ଼ା , ସମ୍ବଲପୁର , ସୁନ୍ଦରଗଡ଼ , ବରଗଡ଼ ଓ ଦେବଗଡ଼ ଜିଲ୍ଲାର ଶିଳ୍ପାନୁଷ୍ଠାନଗୁଡ଼ିକର ଅଗ୍ରଗତି ଓ ସମସ୍ୟା ସମ୍ପର୍କରେ ସମୀକ୍ଷା କରି ଏହି ନିର୍ଦ୍ଦେଶ ଦେଇଛନ୍ତି ।

ସିଙ୍ଗଲ ଉଇଣ୍ଡୋ ମେକାନିଜିମ ମାଧ୍ୟମରେ ମଞ୍ଜୁରୀପ୍ରାପ୍ତ ଶିଳ୍ପାନୁଷ୍ଠାନଗୁଡିକ ନୀତି ନିୟମ ଅନୁପାଳନ ପୂର୍ବକ କିପରି କାର‌୍ୟ୍ୟକାରୀ କରୁଛନ୍ତି ମୁଖ୍ୟ ପରାମର୍ଶଦାତା ଏହାର ସମୀକ୍ଷା କରିଥିଲେ। ବୈଠକରେ ଉପସ୍ଥିତ ବିଭିନ୍ନ ଶିଳ୍ପାନୁଷ୍ଠାନର ପ୍ରତିନିଧି ଶିଳ୍ପାନୁଷ୍ଠାନର ଜମି , ବିଜୁଳି ଓ କଞ୍ଚାମାଲ ଯୋଗାଣ , ଆପ୍ରଚ ରୋଡ଼ ଆଇନ ଶୃଙ୍ଖଳା ଆଦିର ଅଗ୍ରଗତି ଓ ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ ।

ବୈଠକରେ ପରିଷଦର ମୁଖ୍ୟ ନିର୍ବାହୀ ଅଧିକାରୀ ସରୋଜ କୁମାର ପଟେଲ , ଝାରସୁଗୁଡା ଜିଲ୍ଲାପାଳ ସରୋଜ କୁମାର ସାମଲ , ସୁନ୍ଦରଗଡ଼ ଜିଲ୍ଲା ପାଳ ନିଖିଲ ପବନ କଲ୍ୟାଣ , ସମ୍ବଲପୁର ଜିଲ୍ଲାପାଳ ଶୁଭମ ସକ୍ସେନା , ଦେବଗଡ ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲ ଓ ବରଗଡ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ , ଝାରସୁଗୁଡ଼ା ଡି ଏଫ ଓ ଲଳିତ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।ଜିଲ୍ଲା ସ୍ତରୀୟ ଅଧିକାରୀମାନଙ୍କର ସମୀକ୍ଷା ବୈଠକରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅନ୍ତର୍ଗତ ଜିଲ୍ଲାମାନଙ୍କରେ ପରିଷଦ ପକ୍ଷରୁ ଆବଣ୍ଟିତ ଅର୍ଥର ବିନିଯୋଗ ସମ୍ପର୍କରେ ସମୀକ୍ଷା କରିବା ସହ ଯେଉଁ ଯେଉଁ କାର‌୍ୟ୍ୟ ଆରମ୍ଭ ହୋଇପାରିନାହିଁ ତାହାର ତର୍ଜମା କରିବାକୁ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ ।

Comments are closed.