ଭୁବନେଶ୍ୱର: ୨୦୨୦-୨୧ ଶିକ୍ଷା ବର୍ଷ ପାଇଁ ବିଏଏମଏସ/ବିଏଚଏମଏସ୍ ପାଠ୍ୟକ୍ରମରେ ଆଡମିଶନ ପାଇଁ ସ୍ପଟ୍ କାଉନସେଲିଂ ବୁଧବାର ସକାଳ ୧୦ ଟାରୁ ଭୁବନେଶ୍ୱର ସ୍ଥିତ ଗଣ୍ଡାମୁଣ୍ଡା ଓଜେଇଇ ସେଲରେ ଆରମ୍ଭ ହୋଇଛି।
ଓଜେଇଇ କର୍ତ୍ତୃପକ୍ଷଙ୍କ ଦ୍ବାରା ଜାରି ନିର୍ଦ୍ଦେଶାବଳୀ ଅନୁଯାୟୀ, ସମସ୍ତ ପଞ୍ଜିକୃତ କିମ୍ବା ଅଣ ପଞ୍ଜିକୃତ ‘ଅଲ୍ ଇଣ୍ଡିଆ NEET (UG)’ ରାଙ୍କଧାରୀ ଏଥିରେ ଯୋଗ ଦେଇପାରିବେ।