Latest Odisha News

BREAKING NEWS

ବାରିପଦାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା; ଜଣେ ଡାକ୍ତରଙ୍କ ସମେତ ୨ ମୃତ

ବାରିପଦା: ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅନ୍ତର୍ଗତ ବାଇଗଣବାଡ଼ିଆ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି ।

ସୂଚନା ଅନୁସାରେ କୁଳିଅଣା ଆଡ଼ୁ ବାରିପଦା ଆସୁଥିବା ବେଳେ ଏକ ବାଇକ୍ ସହ ସାଇକେଲ୍ ଆରୋହୀ ଧକ୍କା ହୋଇଥିଲେ । ଅନ୍ୟ ପଟୁ ଆସୁଥିବା ଏକ ଟ୍ରକ ସହ ଏହି ସାଇକେଲ୍ ଓ ବାଇକ୍ ଆରୋହୀ ପିଟି ହୋଇ ଯାଇଥିଲେ ।

ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଯୁବକ ମାନଙ୍କ ସହାୟତାରେ ଆହତ ମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଡାକ୍ତର ଜଣେ ଗୁରୁତର ବ୍ୟକ୍ତିଙ୍କୁ ମୃତ ଘୋଷଣା କରିଛନ୍ତି ।

ଦୁଇ ମୃତକଙ୍କ ମଧ୍ୟରୁ ଜଣେ କୁଳିଅଣା ହସ୍ପିଟାଲର ଆୟୁଷ ଡାକ୍ତର ରାମଚନ୍ଦ୍ର ମୁର୍ମୁ ହୋଇଥିବା ବେଳେ ଅନ୍ୟ ଜଣଙ୍କର ପରିଚୟ ମିଳିପାରିନାହିଁ ।

Leave A Reply

Your email address will not be published.