Latest Odisha News

BREAKING NEWS

ସୁଧୁରୁଛି ଭାରତୀୟ ଅର୍ଥନୀତି, ୦.୪ ପ୍ରତିଶତ ବଢ଼ିଲା ତ୍ରୈମାସିକ ଜିଡିପି

ନୂଆଦିଲ୍ଲୀ : ସୁଧୁରୁଛି ଭାରତୀୟ ଅର୍ଥନୀତି । ଡିସେମ୍ୱର ତ୍ରୈମାସିକରେ ଭାରତର ଜିଡିପିରେ ୦.୪ ପ୍ରତିଶତ ବୃଦ୍ଧି ହୋଇଛି । ଏନେଇ ସରକାରଙ୍କ ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ।

କରୋନା ମହାମାରୀ ଓ ଲକଡାଉନ ଯୋଗୁଁ ୨୦୨୦-୨୧ର ପ୍ରଥମ ଦୁଇଟି ତ୍ରୈମାସରେ ଦେଶର ଜିଡିପି ଅଭିବୃଦ୍ଧି ହାର ନକାରାତ୍ମକ ସ୍ତରରେ ରହିଥିଲା । ସେହିପରି ଦ୍ବିତୀୟ ତ୍ରୈମାସରେ ସ୍ଥିତିରେ ସାମାନ୍ୟ ସୁଧାର ଆସିଥିଲେ ମଧ୍ୟ ଅଭିବୃଦ୍ଧି ୭.୩ ପ୍ରତିଶତ ହ୍ରାସ ପାଇଥିଲା । ୨୦୨୦-୨୧ର ସମ୍ପୂର୍ଣ୍ଣ ଆର୍ଥିକ ବର୍ଷରେ ଜିଡିପିରେ ୮ ପ୍ରତିଶତ ହ୍ରାସ ହେବା ନେଇ ଅନୁମାନ କରାଯାଉଛି । ଜିଡିପିର ଏହି ସମୟକୁ ହିଁ ଅପେକ୍ଷା କରାଯାଇଥିଲା । ରାଷ୍ଟ୍ରୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ବା ଏନ୍‌ଏସ୍‌ଓ ଦ୍ୱାରା ଏହି ଅନୁମାନ ଜାରି କରାଯାଇଥିଲା ।

ଏବେ ତୃତୀୟ ତ୍ରୈମାସରେ ସ୍ଥିତିରେ ଆହୁରି ଉନ୍ନତି ଆସି ଜିଡିପି ଅଭିବୃଦ୍ଧି ସକାରାତ୍ମକ ସ୍ତରକୁ ଫେରିଛି । ଫଳରେ ଭାରତ ବୈଷୟିକ ମାନ୍ଦାବସ୍ଥାରୁ ବାହାରି ଆସିଛି । ଯାହାକି ସରକାରଙ୍କ ପାଇଁ ଆଶା ସୃଷ୍ଟି କରିଛି ।

Leave A Reply

Your email address will not be published.