Latest Odisha News

BREAKING NEWS

ଭାରତୀୟ ବାୟୁସେନାର ଲଢୁଆ ଜାଗୁଆର ବିମାନ ଦୁର୍ଘଟଣାଗ୍ରସ୍ତ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ଖୁସିନଗର ଠାରେ ସୋମବାର ଦିନ ଭାରତୀୟ ବାୟୁସେନାର ଏକ ଜାଗୁଆର ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି।

ଦୁର୍ଘଟଣାଗ୍ରସ୍ତ ବିମାନର ପାଇଲଟ ଅଳ୍ପକେ ଏହି ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି । ଏହି ଦୁର୍ଘଟଣା ପରେ ଜାଗୁଆର ବିମାନଟିରେ ନିଆଁ ଲାଗିଯିବା ଫଳରେ ଏହା ସଂପୂର୍ଣ୍ଣ ରୂପେ ପୋଡ଼ି ଭସ୍ମୀଭୂତ ହୋଇଯାଇଛି।

ଉତ୍ତରପ୍ରଦେଶର ଗୋରଖପୁର ଏୟାରବେସ୍ରୁ ଏକ ଟ୍ରେନିଂ କାର‌୍ୟ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ସଂପୃକ୍ତ ଜାଗୁଆର ବିମାନଟି ଉଡ଼ାଣ ଆରମ୍ଭ କରିବାର କିଛି ସମୟ ପରେ ଏଥିରେ ନିଆଁ ଲାଗି ଯାଇଥିଲା ବୋଲି ସୂଚନା ମିଳିଛି ।

ସେହିପରି ଚଳିତ ବର୍ଷ ଜୁନ୍ ମାସରେ ସମାନ ଢ଼ଙ୍ଗରେ ଅନ୍ୟ ଏକ ଜାଗୁଆର ବିମାନ ଗୁଜୁରାଟର କୁଚ୍ ଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ତେବେ ବାୟୁସେନା ଏହି ଦୁର୍ଘଟଣାର ତଦନ୍ତ କରିବା ଲାଗି ‘କୋର୍ଟ ଅଫ୍ ଇନକ୍ୱାରୀ’ର ନିର୍ଦ୍ଦେଶ ଦେଇଛି ।

Leave A Reply

Your email address will not be published.