Latest Odisha News

BREAKING NEWS

ନାବାଳିକା ବେକରେ ଲୁହାର ଶିକୁଳି ପକାଇଲେ ବାପା, ଜାଣନ୍ତୁ କାରଣ

କେନ୍ଦୁଝର: ବେକରେ ଲୁହା ଶିକୁଳି । ସେଥିରେ ଝୁଲୁଛି ତାଲା। ତେବେ କିଏ ଏହି ଝିଅ? କାହିଁକି ତାର ବେକରେ ଏଭଳି ଲୁହାର ଶିକୁଳି ପଡିଛି ଜାଣିଲେ ଆପଣ ବି ହାତବାକ ହୋଇ ପଦବେ।

ବେକରେ ଲୁହ ଶିକୁଳି ପଡିଥିବା ଏହି ନାବାଳିକା ଝିଅ ହେଉଛନ୍ତି କେନ୍ଦୁଝର ସଦର ଥାନା ବରଦାପାଳ ଗାଁର ଜାମଦା ମାଝିଙ୍କ ଝିଅ କୁସୁମିତ। ନବମ ଶ୍ରେଣୀରେ ପଢୁଥିବା ଝିଅର ବେକକୁ ଲୁହା ଶିକୁଳିରେ ବାନ୍ଧି ତାଲା ପକାଇ ଘରେ ରଖିଛନ୍ତି ବାପା ଜାମଦା।

ସୂଚନାନୁସାରେ, ଝିଅ କୁସୁମତି ମାନସିକ ଭାରସାମ୍ୟ ହରାଇ ବାରମ୍ଵାର ଘର ଛାଡି କୁଆଡେ ଚାଲିଯାଉଛନ୍ତି। ଝିଅଟି ଘରୁ ବାରମ୍ଵାର ଚାଲିଯାଉଥିବାରୁ ସହି ପଡିଶା ଲୋକେ ଅନେଜ କଥା ହେଉଛନ୍ତି। ଲୋକ ଲଜ୍ୟା ସାଙ୍ଗକୁ ଝିଅ ଚିନ୍ତାରେ ବୁଡି ରହିଥିବା ବାପା ଜାମଦା ଆଉ କିଛି ଉପାୟ ନପାଇ ଝିଅର ବେକକ ଶିକୁଳିରେ ବାନ୍ଧି ରଖିଥିବା କହିଛନ୍ତି।

ତେବେ ଏନେଇ ଖବର ପାଇବା ପରେ ତୁରୁମୁଙ୍ଗାରୁ CWC ଓ ପୋଲିସ ଏହୂ ନାବାଳିକା ଝିଅକୁ ଉଦ୍ଧାର କରିଛି।

Comments are closed.