Latest Odisha News

କଥାକାର କିଶୋରୀଚରଣ ଦାସଙ୍କ ଜୟନ୍ତୀ ପାଳିତ

କଟକ : କିଶୋରୀଚରଣ ସ୍ମୃତି ସଂସଦ ଆନୁକୂଲ୍ୟରେ କଥାକାର କିଶୋରୀଚରଣ ଦାସଙ୍କ ୯୭ତମ ଜୟନ୍ତୀ ଉତ୍ସବ କଟକ ଶ୍ରୀରାମଚନ୍ଦ୍ର ଭବନରେ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଓଡ଼ିଆ ବିଶ୍ୱବିଦ୍ୟାଳୟର ବିଶେଷ କର୍ତ୍ତବ୍ୟରତ ଅଧିକାରୀ ବିଜୟ କୁମାର ନାୟକ ଯୋଗଦେଇ  କିଶୋରୀଚରଣଙ୍କୁ ଜୀବନ ଓ ସମାଜର ବଳିଷ୍ଠ ପ୍ରତିନିଧି ଭାବେ ବର୍ଣ୍ଣନା କରିଥିଲେ।

ମୁଖ୍ୟବକ୍ତା ଭାବରେ ଶାସ୍ତ୍ରୀୟ ଓଡ଼ିଆ ଭାଷା ଉତ୍କର୍ଷ ଅଧ୍ୟୟନ କେନ୍ଦ୍ର ନିର୍ଦ୍ଦେଶକ ପ୍ରଫେସର ବସନ୍ତ କୁମାର ପଣ୍ଡା ଯୋଗଦେଇ କହିଥିଲେ ଯେ ଶିକ୍ଷିତ ଅଭିଜାତ ବର୍ଗର ମନସ୍ତାତ୍ତ୍ୱିକ ଚିତ୍ର ପ୍ରଦାନ କରିବାରେ କିଶୋରିଚରଣଙ୍କ ଅପୂର୍ବ ଦକ୍ଷତା ଥିଲା।

ଏହି ଅବସରରେ ଯୁବ ଗାଳ୍ପିକ ଡାକ୍ତର ଦିଲ୍ଲୀପ ବେହେରାଙ୍କୁ କିଶୋରୀଚରଣ ପୁରସ୍କାର ପ୍ରଦାନ କରାଯାଇଥିଲା।

ଏହି ସମାରୋହରେ କିଶୋରୀଚରଣ ସ୍ମୃତି ସଂସଦର ସମ୍ପାଦକ ପ୍ରଫେସର ଡକ୍ଟର ବିଜୟାନନ୍ଦ ସିଂହ ସ୍ୱାଗତ ଭାଷଣ ଦେଇଥିବା ବେଳେ ଉତ୍କଳ ସାହିତ୍ୟ ସମାଜର ସଭାପତି ତରୁଣ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.