Latest Odisha News

BREAKING NEWS

କରୋନା କାଳରେ ଭାରତର ୨୫ କୋଟି ପିଲାଙ୍କ ଶିକ୍ଷା ଉପରେ ପ୍ରଭାବ ପଡ଼ିଛି: UNICEF

ନୂଆଦିଲ୍ଲୀ: ମହାମାରୀ କୋଭିଡ୍ ସମୟରେ ସମସ୍ତ ପିଲାଙ୍କ ପାଖରେ ଶିକ୍ଷା ପହଞ୍ଚିଥିବା ସରକାର ଦାବି କରୁଛନ୍ତି । କିନ୍ତୁ ୟୁନିସେଫ୍ (UNICEF) ଜାରି କରିଥିବା ରିପୋର୍ଟ ଅନ୍ୟ କିଛି କହୁଛି । ରିପୋର୍ଟ ଅନୁସାରେ, ମହାମାରୀ ଓ ଲକଡାଉନ୍ ପାଇଁ ୨୦୨୦ରେ ୧.୫ ମିଲିୟନ୍ ସ୍କୁଲ୍ ବନ୍ଦ ରହିଥିଲା । ଏହାଦ୍ୱାରା ଭାରତରେ ପ୍ରାଥମିକ ଓ ମାଧ୍ୟମିକ ସ୍କୁଲରେ ପଢ଼ୁଥିବା ୨୪.୭ କୋଟି ଶିକ୍ଷାର୍ଥୀ ପ୍ରଭାବିତ ହୋଇଛନ୍ତି ।

ୟୁନିସେଫ୍ ପକ୍ଷରୁ କୁହାଯାଇଛି- ଅନଲାଇନ୍ ଶିକ୍ଷା ସମସ୍ତ ପିଲାଙ୍କ ଲାଗି ଏକ ବିକଳ୍ପ ନୁହେଁ । କାରଣ ୪ ଜଣରୁ କେବଳ ଜଣଙ୍କ ପାଖରେ ଡିଜିଟାଲ୍ ଡିଭାଇସ୍ ଓ ଇଣ୍ଟରନେଟ୍ ସଂଯୋଗ ରହିଛି । ଦେଶରେ କୋଭିଡ୍ ଆରମ୍ଭ ସମୟରେ ମାତ୍ର ଏକ ଚତୁର୍ଥାଂଶ (୨୪ ପ୍ରତିଶତ) ଘରେ ଇଣ୍ଟରନେଟ୍ ଥିଲା । ଏଥିରେ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଲିଙ୍ଗଗତ ବିଭେଦ ଦେଖା ଯାଇଥିଲା । ୟୁନିସେଫ୍ ଏହା ଉପରେ ଚିନ୍ତାବ୍ୟକ୍ତ କରିବା ସହ ସ୍କୁଲ୍ ଡ୍ରପ୍ ଆଉଟ୍ ବଢ଼ିବ ବୋଲି ଆକଳନ କରିଛି ।

ବିଶ୍ୱବ୍ୟାପୀ ୮୮୮ ମିଲିୟନରୁ ଅଧିକ ପିଲା ଲକଡାଉନ୍ ଯୋଗୁଁ ଶିକ୍ଷାରେ ଅସୁବିଧା ସାମ୍ନା କରିଥିବା ୟୁନିସେଫ୍ କହିଛି । ଏହାକୁ ନେଇ ହୋଇଥିବା ବିଶ୍ଲେଷଣରୁ ଜଣାପଡ଼ିଛି- ଦୁନିଆବ୍ୟାପୀ ୧୪ ଦେଶ ମାର୍ଚ୍ଚ ୨୦୨୦ରୁ ଫେବ୍ରୁଆରୀ ୨୦୨୧ ଯାଏ ଲକଡାଉନ୍ ମଧ୍ୟରେ ରହିଥିଲା । ଏଥିରୁ ଦୁଇ ତୃତୀୟାଂଶ ଲାଟିନ୍ ଆମେରିକା ଓ କାରବିୟନ ଦେଶ ଅଟେ । ଯେଉଁଥିରେ ପ୍ରାୟ ୯୮ ମିଲିୟନ୍ ଛୁଆ ପ୍ରଭାବିତ ହୋଇଛନ୍ତି ।

Leave A Reply

Your email address will not be published.