Latest Odisha News

BREAKING NEWS

ବେଆଇନ ବିଦେଶୀ ମଦ ଦୋକାନ ଉପରେ ଚଢ଼ାଉ: ମଦ ନଷ୍ଟ କଲା ପୋଲିସ

ସାନଖେମୁଣ୍ଡି: ଥାନାଠାରୁ ୧ କି.ମି. ଦୂରରେ ଚାଲିଥିଲା ବେଆଇନ୍ ମଦ ବିକ୍ରି । ମଦ ଦୋକାନ ଉପରେ ଅତର୍କିତ ଚଢ଼ାଉ କରାଯାଇ ମଦ ଜବତ କରାଯିବ ପରେ ତାହାକୁ ନଷ୍ଟ କରାଯାଇଛି । ପାଟପୁର ଥାନାରୁ ମାତ୍ର ୧ କି.ମି. ଦୂର ପଳାସପୁରଠାରେ ବହୁତ ଦିନ ଧରି ଚାଲିଥିବା ବେଆଇନ ବିଦେଶୀ ମଦ ଦୋକାନ ।

ଚଢ଼ାଉ ବେଳେ ବ୍ରହ୍ମପୁର ଉପଜିଲ୍ଲାପାଳ କୀର୍ତ୍ତି ଭାସନ, ସାନଖେମୁଣ୍ଡି ତହସିଲଦାର ଡ଼ଃ ଶ୍ରୀନିବାସ ବେହେରା, ପାଟପୁର ରାଜସ୍ବ ନିରୀକ୍ଷକ, ଦିଗପହଣ୍ଡି ଅବକାରୀ ଏସଆଇ ଅଭିରାମ ସାହୁ, ପାଟପୁର ଥାନା ଏଏସଅଇ ଅର୍ଜୁନ ଶବର, ଶିବରଞ୍ଜନ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି ଜବତ ମଦ ନଷ୍ଟ କରିଥିଲେ । ବିଦେଶୀ ମଦ ୩୬୫ ଲିଟର ୭୭୭ଟି ବୋତଲ ନଷ୍ଟ କରି ଭାଙ୍ଗି ଦିଆଯାଇଛି । ଏନେଇ ପାଟପୁର ଥାନାରେ କୌଣସି ମାମଲା ରୁଜୁ ହୋଇ ନାହିଁ କି କାହାକୁ ଗିରଫ କରାଯାଇନଥିବା ଜଣାପଡିଛି ।

ଅନ୍ୟପଟେ ତହସିଲଦାର କହିଛନ୍ତି, ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ କେଉଁଠୁ ମଦ ଆଣି ବିକ୍ରି କରୁଥିଲେ ତାହାର ତଦନ୍ତ ପରେ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

Leave A Reply

Your email address will not be published.