Latest Odisha News

BREAKING NEWS

ଶିମିଳିପାଳ ନିଆଁର ଅନୁଧ୍ୟାନ ପାଇଁ ଗ୍ରାଉଣ୍ଡରେ କଂଗ୍ରେସର ୬ ଜଣିଆ ଟିମ୍

ବାରିପଦା: ଶିମିଳିପାଳରେ କେମିତି ଲାଗିଲା ନିଆଁ ? ବର୍ତ୍ତମାନ ସ୍ଥିତି କଣ ? କେତେ ଅଞ୍ଚଳ ଜଳି ଛାରଖାର ହୋଇଛି । ସ୍ଥିତି ଅନୁଧ୍ୟାନ ପାଇଁ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଯାଇଛି କଂଗ୍ରେସର ଏକ ୬ ଜଣିଆ ଟିମ୍ । ପିସିସି ସଭାପତି ନିରଞ୍ଜନ ପଟନାୟକଙ୍କ ନିର୍ଦ୍ଦେଶରେ ଏହି ଟିମ୍ ୪ ଦିନ ଧରି ଶିମିଳିପାଳର ବିଭିନ୍ନ ଅଞ୍ଚଳ ବୁଲି ଦେଖିବେ ।

ପ୍ରଭାବିତ ଅଞ୍ଚଳ ବୁଲି ଦେଖିବା ସହ କ୍ଷୟକ୍ଷତିର ଆକଳନ କରିବ । ଏହାସହ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ନିଆଁକୁ ଆୟତ୍ତ କରିବା ପାଇଁ କଣ ପଦକ୍ଷେପ ନିଆଯାଇଛି ସେବାବଦରେ ତଥ୍ୟ ସଂଗ୍ରହ କରିବ କଂଗ୍ରେସର ଅନୁଧ୍ୟାନକାରୀ ଟିମ୍ । ପରେ ସେମାନେ ପିସିସି ସଭାପତିଙ୍କୁ ରିପୋର୍ଟ ପ୍ରଦାନ କରିବେ ।

Leave A Reply

Your email address will not be published.