ମୋଟେରା: ଭାରତ-ଇଂଲଣ୍ଡ ମଧ୍ୟରେ ଚାଲିଥିବା ଚତୁର୍ଥ ଟେଷ୍ଟ ମ୍ୟାଚର ତୃତୀୟ ଦିନରେ ଇଂଲଣ୍ଡକୁ ଏକ ଇଂନିସ୍ ଓ ୨୫ ରନରେ ହରାଇଛି ବିରାଟଙ୍କ ଟିମ୍ । ଗୁରୁବାରଠାରୁ ଆରମ୍ଭ ହୋଇଥିବା ଏହି ଟେଷ୍ଟ ମ୍ୟାଚର ତୃତୀୟ ଦିନରେ ଆର୍ ଅଶ୍ୱିନ ଏବଂ ଅକ୍ଷର ପଟେଲଙ୍କ ସ୍ପିନ ବୋଲିଂରେ ଘାଇଲା ହୋଇ ଇଂଲଣ୍ଡ ଦଳ ମାତ୍ର ୧୩୫ ରନରେ ଅଲଆଉଟ ହୋଇଯାଇଥିଲା । ଇଂଲଣ୍ଡର ଦ୍ୱିତୀୟ ଇଂନିସରେ ଉଭୟ ଅକ୍ଷର ଓ ଅଶ୍ୱିନ ୫ଟି ଲେଖାଏଁ ୱିକେଟ ହାସର କରି ଭାରତକୁ ୩-୧ ସିରିଜ ବିଜୟ ଭେଟି ଦେଇଥିଲେ । ଏଥି ସହିତ ଭାରତର ପ୍ରଥମ ଇଂନିସ ସ୍କୋର ୩୬୫ରୁ ୨୫ ରନ ପଛରେ ରହିଯାଇଥିଲା ଇଂଲଣ୍ଡ ଦଳ ।
ଏହି ବିଜୟ ସହିତ ଭାରତ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ ପାଇଁ ଯୋଗ୍ୟତା ହାସଲ କରିଛି । ଯାହା ଜୁନ ମାସରେ ଲଡ୍ସ ପଡିଆରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯିବ ।
ସୂଚନା ଯୋଗ୍ୟ ଯେ, ଚତୁର୍ଥ ଟେଷ୍ଟର ତୃତୀୟ ଦିନର ଖେଳ ଆରମ୍ଭ କରି ଭାରତୀୟ ଦଳ ୩୬୫ ରନର ପ୍ରଥମ ଇଂନିସ ସ୍କୋର ହାସଲ କରିଥିଲା । ପ୍ରଥମ ଇଂନିସରେ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ପରେ ରିଷଭ ପନ୍ଥଙ୍କ ଲଢୁଆ ୧୦୧ ରନ ଏବଂ ଅଲରାଉଣ୍ଡର ୱାଶିଂଟନ ସୁନ୍ଦରଙ୍କ ଅପରାଜିତ ୯୬ରନ ବଳରେ ଭାରତ ୩୬୫ରନର ସମ୍ମାନଜନକ ସ୍କୋର ହାସଲ କରିଥିଲା । ଯାହା ବିଜୟରେ ପ୍ରମୁଖ ଭୂମିକା ନେଇଥିଲା ।
Comments are closed.