Latest Odisha News

BREAKING NEWS

ଭାରତରେ ଖେଳାଯିବ ଆଇପିଏଲ୍ ୨୦୨୧, ୬ଟି ସ୍ଥାନରେ ଏପ୍ରିଲ ୯ରୁ ଖେଳାଯିବ ମ୍ୟାଚ୍‌

ଭୁବନେଶ୍ୱର: କ୍ରିକେଟ ଫ୍ୟାନଙ୍କ ପାଇଁ ଖୁସି ଖବର । ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ର ୧୪ତମ ସଂସ୍କରଣ ଚଳିତ ବର୍ଷ ଭାରତରେ ଖେଳାଯିବ । ଏହା ଆସନ୍ତା ଏପ୍ରିଲ ୯ ତାରିଖରୁ ଆରମ୍ଭ ହେବ ଏବଂ ମେ ୩୦ତାରିଖରେ ଶେଷ ହେବ । ଚଳିତ ଥର ଦେଶର ୬ଟି ସ୍ଥାନରେ ମ୍ୟାଚ୍ ଖେଳାଯିବ ବୋଲି ସ୍ଥିର ହୋଇଛି । ଗତବର୍ଷ କରୋନା କଟକଣା ଥିବାରୁ ଦୁବାଇରେ ମ୍ୟାଚ୍ ଖେଳାଯାଇଥିଲା ।

ଗତବର୍ଷ ଅପେକ୍ଷା ଏ ବର୍ଷ କରୋନାର ଭୟାବହତା କମିଥିବାରୁ ଓ ସାରା ରାଜ୍ୟରେ ଟୀକାକରଣ ଆରମ୍ଭ ହୋଇଯାଇଥିବାରୁ ବିସିସିଆଇ ଭାରତରେ ଆଇପିଏଲ କରିବାକୁ ନିଷ୍ପତ୍ତି ନେଇଛି ।

ଅହମ୍ମଦାବାଦ, ଚେନ୍ନାଇ, ବେଙ୍ଗାଳୁରୁ, ନୂଆଦିଲ୍ଲୀ, କୋଲକାତା ଏବଂ ମୁମ୍ବାଇରେ ୫୨ ଦିନ ଆଇପିଏଲର ୬୦ଟି ମ୍ୟାଚ୍ ଖେଳାଯିବ। ବାଓ ସିକ୍ୟୁର ବବଲସ୍ ଭିତରେ ବିସିସିଆଇ ସଇଦ ମୁସ୍ତାକ ଅଲ୍ଲୀ ଟ୍ରଫି, ବିଜୟ ହଜାରେ ଟ୍ରଫି ଆଦି ମ୍ୟାଚ୍ କରାଇ ସାରିଲାଣି । ଆଇପିଏଲରେ ବି ଏହି ନିୟମକୁ ଅନୁସରଣ କରାଯିବ । ତେବେ ଫ୍ୟାନମାନଙ୍କୁ ମ୍ୟାଚ ଦେଖିବା ପାଇଁ ଷ୍ଟାଡିୟମକୁ ଛଡାଯିବ କି ନାହିଁ ତାହା ସ୍ଥିର ହୋଇନାହିଁ ।

Leave A Reply

Your email address will not be published.