Latest Odisha News

ସହିଦ ପୋଲିସ ପରିବାର ବର୍ଗଙ୍କୁ ଭେଟିଲେ ଡିଜିପି, ବଣ୍ଡା ଆଦିବାସୀଙ୍କ ସହ କଲେ ଭାବ ବିନିମୟ

ଭୁବନେଶ୍ୱର: ପୋଲିସ ଡିଜି ଅଭୟ ଆଜି ଦିନିକିଆ ମାଲକାନଗିରି, କୋରାପୁଟ ଓ ରାୟଗଡ଼ା ଗସ୍ତରେ ଯାଇଥିଲେ । ୩ ଜିଲ୍ଲା ଗସ୍ତ ବେଳେ ପୋଲିସ ମହାନିର୍ଦ୍ଦେଶକ ବିଭିନ୍ନ ଥାନା ପରିଦର୍ଶନ କରିଛନ୍ତି । ରାୟଗଡ଼ାରେ ଡିଜିପି ସହିଦଙ୍କ ପରିବାରଙ୍କୁ ଭେଟିବା ସହ ବିଏସଏଫ, ସିଆରପିଏଫ୍, ଓଏସଏପି ଯବାନଙ୍କୁ ଭେଟିଥିଲେ ।

ମାଲକାନଗିରି ଗସ୍ତରେ ଯାଇ ଡିଜିପି ବଣ୍ଡା ଘାଟିରେ ଆଦିମ ଆଦିବାସୀଙ୍କ ସହ ମିଶିଥିଲେ । ପାରମ୍ପରିକ ଆବିଦାସୀ ସଂସ୍କୃତିରେ ଡିଜିପିଙ୍କୁ ସ୍ୱାଗତ କରିଥିଲେ ବଣ୍ଡା ଘାଟିର ଲୋକ ।

Odisha DGP Meets Martyr Families In Rayagada, Shares Light Moments With Bonda Tribals

ପୋଲିସ ଡିଜି ଅଭୟ ୧୯୯୨ରେ ମାଲକାନଗିରି ଏସପି ଥିଲେ । ଦଶନ୍ଧି ପରେ ମାଲକାନଗିରି ଗସ୍ତରେ ଯାଇଥିବା ଡିଜିପି ଅଭୟ ପୂର୍ବ କଥାକୁ ମନେ ପକାଇ ଖୁସିବ୍ୟକ୍ତ କରିଥିଲେ । ଡିଜିପି ଗ୍ରାମବାସୀଙ୍କୁ କପଡ଼ା ସହ ଖେଳ ସାମଗ୍ରୀ, ଅନ୍ୟ ଦରକାରୀ ଉପକରଣ ଦେଇଥିଲେ ।

ଗସ୍ତ ବେଳେ ମାଓବାଦୀଙ୍କୁ ଆତ୍ମସମର୍ପଣ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ ହେବାକୁ ଡିଜିପି ଆହ୍ୱାନ ଦେଇଛନ୍ତି । ମାଲକାନଗିରି ଜିଲ୍ଲାରେ ଜାରି ରହିଥିବା ଉନ୍ନତିମୂଳକ କାର୍ଯ୍ୟ ଆଗକୁ ଆହୁରି ତ୍ୱରାନ୍ୱିତ ହେବ ବୋଲି ଡିଜିପି କହିଛନ୍ତି ।

ଜାନୁଆରୀ ମାସରେ ବର୍ଡର ସିକ୍ୟୁରିଟି ଫୋର୍ସ (BSF), ଓଡ଼ିଶା ପୋଲିସ ସହାୟତାରେ ବଣ୍ଡା ଅଧିବାସୀ ରହୁଥିବା ଅନ୍ଧ୍ରାହାଲ ଓ ମୁଦୁଲିପଦର ଅଞ୍ଚଳରେ ପ୍ରଥମ ବେସ୍ ସ୍ଥାପନ କରିଥିଲା ।

Comments are closed.