Latest Odisha News

ଭିକାରୀ ଚରଣ ରାଉତଙ୍କ ‘ଗୋଧୂଳି ପ୍ରୟାସ’ ଉନ୍ମୋଚିତ

ଭୁବନେଶ୍ୱର : ଅବସରପ୍ରାପ୍ତ ବିଚାରପତି ଭିକାରୀ ଚରଣ ରାଉତଙ୍କ ଉପନ୍ୟାସ “ଗୋଧୂଳି ପ୍ରୟାସ” ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଦ୍ବାରା ଉନ୍ମୋଚିତ ହୋଇଯାଇଛି। ଜୀବନ ଦର୍ଶନ, ଦେଶ ପ୍ରେମ , ସାମାଜିକ ସମ୍ପର୍କର ଦାର୍ଶନିକ ତତ୍ତ୍ୱ ଉପରେ ଉପନ୍ୟାସଟି ଆଧାରିତ । ଏହା ଏକ ଜୀବନ ଧର୍ମୀ ଦସ୍ତାବିଜ ବୋଲି ଡ.ପାତ୍ର ମତବ୍ୟକ୍ତ କରିଥିଲେ।

ଏହି ଅବସରରେ ମନୋରଞ୍ଜନ ପଟ୍ଟନାୟକ, ସାହିତ୍ୟ ଏକାଡେମୀ ସଦସ୍ୟ କବି ବାହାଦୂର ପାଟସାହାଣୀ, ତାରା ପ୍ରସନ୍ନ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ।

 

Leave A Reply

Your email address will not be published.