Latest Odisha News

BREAKING NEWS

Mohan Majhi Targets BJD:ଶିଳ୍ପାୟନ ଓ ନିଯୁକ୍ତି ନେଇ ତେଜିଲା ରାଜନୀତି; ମୁହାଁମୁହିଁ ନବୀନ-ମୋହନ

ଭୁବନେଶ୍ବର: ଶିଳ୍ପାୟନକୁ ନେଇ ଜୋର୍ ଧରିଛି ରାଜନୈତିକ ବୟାନବାଜି।  ନବୀନ ପଟ୍ଟନାୟକ ଓ ମୋହନ ମାଝୀ ମୁହାଁମୁହିଁ ହୋଇଛନ୍ତି ।  ସୂଚନାଥାଉକି, ଭୁବନେଶ୍ୱରରେ ବିଜେଡିର ଜନସଂପର୍କ ପଦଯାତ୍ରାରେ ବିଜେପିକୁ ଟାର୍ଗେଟ୍ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସେ କହିଛନ୍ତି, ବିଜେଡି ସରକାର ସମୟରେ ଓଡ଼ିଶା ବିକାଶରେ ଏକ ନମ୍ବର ରାଜ୍ୟ ଥିଲା। ବର୍ତ୍ତମାନର ଡବଲ୍ ଇଞ୍ଜିନ୍ ସରକାର ନିଜ ଦଳକୁ ଏକ ନମ୍ବର କରିବାରେ ଲାଗିଛନ୍ତି। ନବୀନ ଆହୁରି ମଧ୍ୟ କହିଛନ୍ତି, ଚାଷୀ ଓ ମହିଳା ହଇରାଣ ହେଉଥିବା ବେଳେ ଯୁବପିଢ଼ି, ଜେନ୍-ଜିଙ୍କ ଭବିଷ୍ୟତ ଅନ୍ଧାରରେ।

ଏପଟେ ପୂର୍ବ ନବୀନ ସରକାରକୁ ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟ୍ । ଆଜି ଯାଜପୁର କଳିଙ୍ଗ ନଗର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ପୂର୍ବ ସରକାରରେ ଶିଳ୍ପାୟନ ଓ ପୁଞ୍ଜିନିବେଶ କେବଳ ସ୍ଲୋଗାନରେ ସୀମିତ ଥିଲା। ନିର୍ବାଚନ ବେଳେ ନିଯୁକ୍ତିର ବଡ଼ ବଡ଼ ପ୍ରତିଶ୍ରୁତି ଦିଆଯାଉଥିଲା। ଏହା କେବଳ ବିଜେଡିର ଫମ୍ପା ଆବାଜ ଥିଲା। ୨୪ ବର୍ଷର ସରକାରରେ ରାଜନୈତିକ ଇଚ୍ଛାଶକ୍ତିର ଥିଲା ଘୋର ଅଭାବ। ସେମାନେ କେବେ ବି ବାସ୍ତବ ଶିଳ୍ପାୟନ ଚାହୁଁନଥିଲେ। କେବେଳ ଭୋଟ୍ ବ୍ୟାଙ୍କ ତିଆରି ପାଇଁ ଏମ୍ଓୟୁ ସ୍ବାକ୍ଷର କରୁଥିଲେ। ଏଥିସହ ମୁଖ୍ୟମନ୍ତ୍ରୀ କହିଛନ୍ତି, ବିଜେଡି ଓଡ଼ିଶାର ଖଣିଜ ସଂପଦକୁ ଅନ୍ୟ ରାଜ୍ୟକୁ ପଠାଉଥିଲା। ଏଇଠି ଶିଳ୍ପ ପ୍ରତିଷ୍ଠା କରିବାକୁ ସାହସ ଜୁଟାଇ ପାରୁନଥିଲା।

ଏଥିସହ ରାଜ୍ୟରେ ବିଜେପି ସରକାର ଆସିବା ପରେ ଓଡ଼ିଶାକୁ ନିବେଶ ଅନୁକୂଳ କରାଯାଇଛି। ସରକାର ସିଙ୍ଗଲ୍ ୱିଣ୍ଡୋ ବ୍ୟବସ୍ଥା ମାଧ୍ୟମରେ ବହୁତ କମ୍ ସମୟରେ ପ୍ରକଳ୍ପଗୁଡ଼ିକୁ ଆଗକୁ ନେଉଛନ୍ତି। କଳିଙ୍ଗନଗରରେ ଆଜି ୩୯ ହଜାର ୩୪୩ କୋଟି ଟଙ୍କାର ୪୬ଟି ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ପ୍ରକଳ୍ପ ଦ୍ୱାରା ୪୨ ହଜାର ୫୧୨ ଜଣ ଯୁବକଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.