Latest Odisha News

ଶିମିଳିପାଳରେ ନିଆଁ ଲାଗିବା ଘଟଣା, ତଦନ୍ତ ପାଇଁ ପହଞ୍ଚିଲେ କେନ୍ଦ୍ରୀୟ ଟିମ୍

ଭୁବନେଶ୍ୱର: ଶିମିଳିପାଳ ଜଙ୍ଗଲରେ ଅଗ୍ନିକାଣ୍ଡର କାରଣ ଜାଣିବା ତଥା ନିଆଁକୁ ଆୟତ୍ତ କରିବାରେ ରାଜ୍ୟକୁ ସହାୟତା କରିବା ପାଇଁ ଦୁଇ ଜଣିଆ କେନ୍ଦ୍ରୀୟ ଟିମ୍ ଗୁରୁବାର ଦିନ ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଜାତୀୟ ଉଦ୍ୟାନ ଅଭିମୁଖେ ଯାଇଛନ୍ତି।

ଇନ୍ସପେକ୍ଟର ଜେନେରାଲ୍ ଅଫ୍ ଜଙ୍ଗଲ, ନ୍ୟାସନାଲ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନଟିସିଏ), ଅମିତ ମଲ୍ଲିକ ଏବଂ ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟର ପୂର୍ବ ଆଞ୍ଚଳିକ କାର୍ଯ୍ୟାଳୟର ରିଜିଓନାଲ୍ କନଜରଭେଟର (ଆରସିସିଏଫ୍) ଙ୍କ ନେତୃତ୍ୱରେ ଦଳର ଦୁଇ ଜଣିଆ ଟିମ୍ ଆଜି ସକାଳେ ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଥିଲେ।

ଯଦିଓ ଦଳର ଅନ୍ୟ ସଦସ୍ୟ ଆର.ପି ଚୌଧୁରୀ ପହଞ୍ଚି ନଥିଲେ। ତେବେ କାର୍ଯ୍ୟସୂଚୀ ଅନୁଯାୟୀ ଏହି କେନ୍ଦ୍ରୀୟ ଦଳ ଅଗ୍ନିକାଣ୍ଡ ଘଟିଥିବା ପୋଡାଡିହା ଏବଂ ଠାକୁରମୁଣ୍ଡା ଜଙ୍ଗଲ ପରିଦର୍ଶନ କରିବେ।

Comments are closed.