Latest Odisha News

କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ ମହିଳା ଫୁଟବଲ ଲିଗ୍ ୨୦୨୧

ଭୁବନେଶ୍ବର : ଆସନ୍ତା ୧୪ ତାରିଖରେ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ ମହିଳା ଫୁଟବଲ ଲିଗ୍ । ଏଥିପାଇଁ ଷ୍ଟାଡିୟମରେ ଅଭ୍ୟାସ ଚଳାଇଛନ୍ତି ମହିଳା ଖେଳାଳି । ୮ଟି ଦଳ ମଧ୍ୟରେ ଏହି ଲିଗ୍ ମ୍ୟାଚ୍ ଖେଳାଯିବ । ଅପରାହ୍ନ ୪ଟାରୁ ଏହି ମ୍ୟାଚ୍ ଆରମ୍ଭ ହୋଇ ରାତି ୯ଟାରେ ଶେଷ ହେବ ।

ଏହି ଫୁଟବଲ ଲିଗରେ ସାମ୍ବାଦିକ, ରାଜନୀତି ବ୍ୟକ୍ତିବିଶେଷ, ସ୍ବେଛାସେବୀ, ଗୃହିଣୀ, ସରକାରୀ ଓ ବେସରକାରୀ କର୍ମଚାରୀ, କଳାକାର, କର୍ପୋରେଟ ହାଉସ, କିନ୍ନର ପ୍ରଭୃତି ବିଭିନ୍ନ କାଟେଗୋରିର ଟିମ୍ ମଧ୍ୟରେ ମ୍ୟାଚ୍ ଖେଳାଯିବ । ୧୮ ବର୍ଷରୁ ଅଧିକ ମହିଳା ଏହି ଖେଳରେ ଭାଗ ନେବେ । ଉଦଘାଟନୀ ମ୍ୟାଚରେ ଓଡ଼ିଶା ମୋ ପରିବାରର ଆବାହକ ଡ.ଅରୂପ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯକ୍ରମ ରହିଛି ।

Comments are closed.