Latest Odisha News

BREAKING NEWS

ଟ୍ରେନ ଇଞ୍ଜିନରେ ଲାଗିଲା ନିଆଁ

କେନ୍ଦୁଝର: କେନ୍ଦୁଝରର ବଡ଼ବିଲ ରେଳ ଷ୍ଟେସନ ନିକଟରେ ଗୁରୁବାର ଦିନ ଏକ ମାଲବାହୀ ଟ୍ରେନର ଇଞ୍ଜିନରେ ନିଆଁ ଲାଗିଛି।

ସୂଚନାନୁସାରେ, ଟ୍ରେନ୍ ବାଲାନି ସାଇଡିଂ ଅଭିମୁଖେ ଯାଉଥିବାବେଳେ ଲୋକୋ ପାଇଲଟ୍ ଇଞ୍ଜିନରୁ ଧୂଆଁ ବାହାରୁଥିବା ଦେଖି ଟ୍ରେନ୍ ଅଟକାଇ ଦେଇଥିଲେ। ଏନେଇ ସେ ରେଲୱେ ଅଧିକାରୀମାନଙ୍କୁ ମଧ୍ୟ ଅବଗତ କରିଥିଲେ।

ଖବର ପାଇ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ତେବେ ଏହି ଘଟଣାରେ କାହାରି କିଛି କ୍ଷତି ହୋଇ ନ ଥିବାବେଳେ ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ।

Comments are closed.