Latest Odisha News

ଉଦଯାପିତ ହେଲା ୬୯ତମ ଜାତୀୟ ସିନିଅର ପୁରୁଷ ଓ ମହିଳା ଭଲିବଲ ପ୍ରତିଯୋଗିତା

ଭୁବନେଶ୍ବର : ଉଦଯାପିତ ହେଲା ୬୯ତମ ଜାତୀୟ ସିନିଅର ପୁରୁଷ ଓ ମହିଳା ଭଲି ବଲ ପ୍ରତିଯୋଗିତା । ମହିଳା ସିନିୟର ବିଭାଗରେ କେରଳ ଓ ପୁରୁଷ ବିଭାଗରେ ହରିୟାଣା ଚାମ୍ପିଅନସ ଟ୍ରଫି ସହ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ମହିଳା ବିଭାଗରେ ରେଲଓ୍ବେକୁ ୩-୦ରେ ହରାଇ ଚାମ୍ପଅନ୍ ହୋଇଛି କେରଳ । ସେହିପରି ପୁରୁଷ ସିନିୟର୍ ବିଭାଗରେ ଆସାମକୁ ୩-୦ ରେ ହରାଇ ସ୍ବର୍ଣ୍ଣ ପଦକ ହାସଲ କରିଛି ହରିୟାଣା ।

ପ୍ରତିଯୋଗିତାରେ କେରଳ ମହିଳା ଦଳ ଲଗାତର ଭାବେ ତୃତୀୟ ଥର ବିଜୟୀ ହୋଇ ଟ୍ରଫି ହାତେଇଛି । ସେହିପରି ପୁରୁଷ ସିନିୟର୍ ବିଭାଗରେ ଆସାମ ଓ ହରିୟାଣା ମଧ୍ୟରେ ହୋଇଥିଲା କଡ଼ା ଟକ୍କର । ପ୍ରଥମ ଥର ପାଇଁ ଆସାମ ଟିମ୍ ଫାଇନାଲରେ ପ୍ରବେଶ କରିଥିଲା । କିନ୍ତୁ ଫାଇନାଲରେ ହରିଆଣାକୁ ଟକ୍କର ଦେବାରେ ବିଫଳ ହୋଇଥିଲା । ହରିୟଣା ଟିମ୍ ୨୦୦୭ରେ ହାତେଇଥିଲା ଚାମ୍ପିଅନ୍ ଟ୍ରଫି । ଏବେ ପୁଣି ୧୪ ବର୍ଷ ପରେ ବିଜୟୀ ହୋଇ ସ୍ବର୍ଣ୍ଣ ପଦକ ସହ ଟ୍ରଫି ହାସଲ କରିଛି ।

କିଟ୍ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମରେ ଖେଳାଯାଇଥିବା ଉଦଯାପନୀ ଉତ୍ସବରେ କ୍ରୀଡ଼ା ସଚିବ ବିଶାଲ ଦେବ, କିଟ୍ ପ୍ରତିଷ୍ଠାତା ତଥା ସାଂସଦ ଅଚ୍ୟୁତ ସାମନ୍ତ ଯୋଗ ଦେଇ ବିଜୟୀ ଟିମକୁ ଟ୍ରଫି ପ୍ରଦାନ କରିଥିଲେ ।

Comments are closed.