Latest Odisha News

BREAKING NEWS

ପ୍ରଥମେ ବ୍ୟାଟିଂ କରି ଅସୁବିଧାରେ ଟିମ୍ ଇଣ୍ଡିଆ

ଅହମ୍ମଦାବାଦ: ଏଠାରେ ଆରମ୍ଭ ହୋଇଥିବା ପ୍ରଥମ ଟି୨୦ କ୍ରିକେଟ ମ୍ୟାଚରେ ଇଂଲଣ୍ଡ ଅଧିନାୟକ ଇଆନ ମୋର୍ଗାନ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଛି । ଜବାବରେ ଟିମ୍ ଇଣ୍ଡିଆ ବ୍ୟାଟିଂ ଆରମ୍ଭ କରି ଅସୁବିଧାରେ ପଡିଛି । ଖବର ହସ୍ତଗତ ହେଲା ବେଳକୁ ଭାରତ ୬ ଓଭରରେ ୨୨ ରନରେ ୩ଟି ଉଇକେଟ ହରାଇ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ।

ଶିଖର ଧାୱନ ୪, କେଏଲ ରାହୁଲ ୧ ଓ ଅଧିନାୟକ ବିରାଟ କୋହଲି ଖାତା ଖୋଲି ନ ପାରି ପ୍ୟାଭିଲିୟନ ଫେରିଯାଇଛନ୍ତି । ଋଷଭ ପନ୍ତ ୧୬ ଓ ଶ୍ରେୟାଶ ଆୟାର ୧ରନ କରି ଅପରାଜିତ ଅଛନ୍ତି । ଭ୍ରମଣକାରୀ ଦଳ ପକ୍ଷରୁ ଅଦିଲ ରଶିଦ, ଜୋଫ୍ରା ଆର୍ଚ୍ଚର ଓ ମାର୍କ ଉଡ ଗୋଟିଏ ଲେଖାଁଏ ଉଇକେଟ ଅକ୍ତିଆର କରିଛନ୍ତି । ଏହି ମ୍ୟାଚରେ ସିନିୟର ଓପନର ରୋହିତ ଶର୍ମାଙ୍କୁ ବିଶ୍ରାମ ଦିଆଯାଇଛି ।

Leave A Reply

Your email address will not be published.