Latest Odisha News

BREAKING NEWS

ଚିନ୍ତା ବଢ଼ାଉଛି ସଂକ୍ରମଣ, ମହାରାଷ୍ଟ୍ରର ୮ ଜିଲ୍ଲାରେ ଲକଡାଉନ୍

ମୁମ୍ବାଇ: ଦେଶରେ କେତେକ ରାଜ୍ୟରେ କରୋନା ସଂକ୍ରମଣ ପୁଣି ପୂର୍ବ ଭଳି ବଢ଼ି ଚାଲିଛି । ଏହି ତାଲିକାରେ ସବୁଠୁ ଆଗରେ ମହାରାଷ୍ଟ୍ର ଓ କେରଳ ଅଛନ୍ତି । ସଂକ୍ରମଣ ମାମଲା ବଢ଼ୁଥିବାରୁ ପୁଣି ଚିନ୍ତା ବଢ଼ିଛି । ମହାରାଷ୍ଟ୍ରରେ ସଂକ୍ରମଣକୁ ରୋକିବା ଲାଗି ଉଦ୍ଧବ ସରକାର ୮ଟି ଜିଲ୍ଲାରେ ସମ୍ପୂର୍ଣ୍ଣ ଓ ଆଶିଂକ ଲକଡାଉନ୍ ଲଗାଇଛନ୍ତି । ଏହି ସମୟରେ କେବଳ ଅତ୍ୟାବଶ୍ୟକୀୟ ସେବାକୁ ଅନୁମତି ମିଳିଛି ।

ସଂକ୍ରମଣ ମାମଲା ବଢ଼ି ଚାଲିଥିବା ବେଳେ ଲୋକ କିନ୍ତୁ ସଚେତନ ହେଉନାହାଁନ୍ତି । ଲକଡାଉନ୍ ପୂର୍ବରୁ ବଜାରରେ ଲୋକଙ୍କ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଛି । ଯେଉଁଠି ଲୋକମାନଙ୍କ ମଧ୍ୟରେ ସାମାଜିକ ଦୂରତା ହିଁ ନାହିଁ । ନାଗପୁରରେ ୧୫ ତାରିଖରୁ ସପ୍ତାହେ ବ୍ୟାପି ଲକଡାଉନ୍ ଘୋଷଣା କରାଯାଇଛି । ଲକଡାଉନ୍ ପୂର୍ବରୁ ସ୍ଥାନୀୟ କଟନ୍ ମାର୍କେଟରେ ଲୋକଙ୍କ ଭିଡ଼ ଦେଖିଲେ ଲାଗୁଛି ଏଠି ଯେମିତି କୌଣସି ମେଳା କି ମହୋତ୍ସବ ଲାଗିଛି ।

ମହାରାଷ୍ଟ୍ରରେ ଶୁକ୍ରବାର କରୋନାର ୧୫ ହଜାର ୮୧୭ ମାମଲା ଚିହ୍ନଟ ହୋଇଛି । ବିଗତ ୬ ମାସ ମଧ୍ୟରେ ଗୋଟିଏ ଦିନରେ ସର୍ବାଧିକ ସଂକ୍ରମଣ ମାମଲା ଶୁକ୍ରବାର ଆସିଛି ।

ପୁଣେରେ ରାତ୍ରୀକାଳୀନ କର୍ଫ୍ୟୁ ଲାଗିଥିବା ବେଳେ ଔରଙ୍ଗାବାଦରେ ସପ୍ତାହନ୍ତ ଲକଡାଉନ୍ ଲାଗୁ ହୋଇଛି । ଅନ୍ୟଦିନରେ ରାତ୍ରୀ କର୍ଫ୍ୟୁ ଲଗାଯାଇଛି । ଜଳଗାଓଁରେ ୧୫ ତାରିଖ ଯାଏ କର୍ଫ୍ୟୁ ଲଗା ଯାଇଥିବା ବେଳେ ନାସିକରେ ଆଂଶିକ ଲକଡାଉନ୍ ଘୋଷଣା ହୋଇଛି । ରାଜ୍ୟରେ ମାର୍ଚ୍ଚ ୩୧ ଯାଏ ସ୍କୁଲ୍ ଓ କଲେଜ ବନ୍ଦ ରଖିବା ଲାଗି ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.