Latest Odisha News

BREAKING NEWS

ବାଲେଶ୍ବରରେ ଗୁଳିମାଡ଼, ଜଣେ ଗୁରୁତର

ବାଲେଶ୍ବର : ବାଲେଶ୍ବରରେ ହୋଇଛି ଗୁଳିମାଡ଼ । ଗଡ଼ଗଡ଼ିଆ ଛକ ନିକଟ ଏକ ଆପାର୍ଟମେଣ୍ଟ ନିକଟରେ ହୋଇଛି ଗୁଳିମାଡ଼ । ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଆନନ୍ଦ ସିଂହ ନାମକ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି । ବାଇକରେ ୨ ଜଣ ଦୁର୍ବୃତ୍ତ ଗୁଳିମାଡ଼ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ଗାଡ଼ି ପାର୍କିଂକୁ ନେଇ ଆନନ୍ଦ ସିଂହ ଓ ଦୁର୍ବୃତ୍ତଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏହି ବଚସାକୁ ନେଇ ଗୁଳିମାଡ଼ ହୋଇଥିବା ସନ୍ଦେହ କରାଯାଉଛି । ଖବର ପାଇ ପୋଲିସ ଘଟଣାର ତନାଘନା କରୁଛି ।

Leave A Reply

Your email address will not be published.