ୱାଶିଂଟନ୍: କରୋନା ମହାମାରୀ ସମୟରେ ସମସ୍ତ ଯାତ୍ରାକୁ ବନ୍ଦ ରଖାଯାଇଥିବା ବେଳେ ଶୁକ୍ରବାର ଦିନ ଯୁକ୍ତରାଷ୍ଟ୍ରର ବିମାନବନ୍ଦରଗୁଡିକରେ ସର୍ବାଧିକ ସଂଖ୍ୟକ ଯାତ୍ରୀଙ୍କୁ ଦେଖିବାକୁ ମିଳିଛି।
ପରିବହନ ସୁରକ୍ଷା ପ୍ରଶାସନ ଆକଳନ ଅନୁଯାୟୀ ଶୁକ୍ରବାର ଦିନ ଆମେରିକାର ବିମାନବନ୍ଦରରେ ମାତ୍ର ୧.୩୫ ନିୟୁତ ଯାତ୍ରୀଙ୍କ ଯାଞ୍ଚ କରାଯାଇଛି। ଯାହା ଗତ ବର୍ଷ ମାର୍ଚ୍ଚ ୧୫ ଠାରୁ ସର୍ବାଧିକ।
କରୋନାଭାଇରସ୍ ସଙ୍କଟ ଆରମ୍ଭ ହେବା ପରଠାରୁ ପୂର୍ବ ବଷର୍ ଜାନୁୟାରୀ ୩ରେ ପ୍ରାୟ ୧.୩୩ ନିୟୁତ ଯାତ୍ରୀଙ୍କୁ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା। ଏପ୍ରିଲ୍ ୧୪ରେ ଏୟାର ଟ୍ରାଫିକ୍ ରେକର୍ଡ କମ୍ ୮୭,୫୩୪ ଯାତ୍ରୀଙ୍କୁ ଖସି ଆସିଛି।
ବିଶ୍ବର ସର୍ବବୃହତ କରୋନା ସଂକ୍ରମିତ ଦେଶ ମଧ୍ୟରେ ଆମେରିକା ଶୀର୍ଷରେ ରହିଛି। ଆମେରିକାରେ ୫୩୪,୦୦୦ ରୋଗୀ ମୃତ୍ୟୁବରଣ କରିସାରିଛନ୍ତି।
Comments are closed.