Latest Odisha News

BREAKING NEWS

ମଣ୍ଡିରୁ ଉଠୁନି ଧାନ, ଧାରଣାରତ ଚାଷୀ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ଭଦ୍ରକ: ଧାନ ମଣ୍ଡି ସମସ୍ୟାକୁ ନେଇ ବିଧାନସଭା ହୁଲସ୍ତୁଲ୍ ହେଉଛି । ବିରୋଧୀ ସରକାରଙ୍କ ଧାନ କିଣା ନୀତିକୁ ନେଇ ପ୍ରଶ୍ନ ଉଠାଇ ଗୃହରେ ହୋହଲ୍ଲା କରୁଛନ୍ତି । ଅନ୍ୟପଟେ ବିରୋଧୀ ବିଜେପି ବିଧାୟକଙ୍କ କ୍ଷମା ପ୍ରାର୍ଥନା ଦାବିରେ ଅଡ଼ି ବସିଛି ଶାସକ ବିଜେଡି । ହେଲେ, ଚାଷୀଙ୍କ ଦୁଃଖ କେହି ବୁଝୁନାହାଁନ୍ତି । ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଭଦ୍ରକରେ ।

ମଣ୍ଡିରେ ଧାନ କିଣାଯାଉ ନଥିବାରୁ ଭଦ୍ରକ ଯୋଗାଣ ବିଭାଦ ଅଫିସ୍ ଆଗରେ ଗ୍ରାମାଞ୍ଚଳ ଥାନା ବନ୍ଧଗାଁର ଜଣେ ଚାଷୀ ଧାରଣାରେ ବସିଥିଲେ । ୩ ଦିନ ହେଲା ସେ ଧାରଣାରେ ବସି ରହିଥିବା ବେଳେ କେହି ତାଙ୍କ କଥା ଶୁଣିନଥିଲେ । ଆଜି ଅବସ୍ଥା ଗୁରୁତର ହେବାରୁ ଚାଷୀଜଣଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଗୃହରେ ବିଧାୟକ ହୋହଲ୍ଲା କରୁଥିବା ବେଳେ ବାସ୍ତବରେ ଚାଷୀ ଯେ କେତେ ଉପେକ୍ଷିତ ହେଉଛି ତାହା ଏହି ଘଟଣାରୁ ସ୍ପଷ୍ଟ ଅନୁମେୟ ।

Leave A Reply

Your email address will not be published.