Latest Odisha News

BREAKING NEWS

କୋଭିଡ୍ ଟିକାକରଣରେ ବ୍ରିଟେନକୁ ପଛରେ ଛାଡ଼ିଲା ଭାରତ

ନୂଆଦିଲ୍ଲୀ: ମହାମାରୀ ବିରୋଧରେ ମହାସଂଗ୍ରାମ ଜାରି ରଖିଛି ଭାରତ । ବୃହତ ଟିକାକରଣ ଅଭିଯାନ ଚାଲିଛି । ଦୁଇ ମାସ ଭିତରେ ଅଧିକ ସଂଖ୍ୟକ ଲୋକଙ୍କୁ ଟିକାକରଣ କ୍ଷେତ୍ରରେ ସାରା ବିଶ୍ୱର ଦୁଇ ନମ୍ବର ଦେଶ ହୋଇଛି ଭାରତ । ବ୍ରିଟେନକୁ ଟପିଛି । ଆମେରିକା ପରେ ସର୍ବାଧିକ ଟିକାକରଣରେ ଦ୍ୱିତୀୟ ଦେଶ ହୋଇଛି ଭାରତ ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରିପୋର୍ଟ ଅନୁସାରେ, ବର୍ତ୍ତମାନ ସୁଦ୍ଧା ଦେଶରେ ୨କୋଟି ୯୯ ଲକ୍ଷରୁ ଅଧିକ ଲୋକଙ୍କୁ ଟିକା ଦିଆଯାଇଛି । ଏଥିରୁ ୨କୋଟି ୪୩ ଲକ୍ଷରୁ ଅଧିକ ଲୋକଙ୍କୁ ଦିଆଯାଇଛି ଭ୍ୟାକସିନର ପ୍ରଥମ ଡୋଜ୍ । ଦେଶରେ ଦୈନିକ ହାରାହିର ୧୨ ଲକ୍ଷ ଲୋକଙ୍କୁ ଦିଆଯାଉଛି ଟିକା ।

ଆମେରିକାରେ (ଗତକାଲି ରିପୋର୍ଟ ଅନୁସାରେ) ୧୦ କୋଟି ୧୧ ଲକ୍ଷରୁ ଅଧିକ ଲୋକଙ୍କୁ କରୋନା ଟିକା ଦିଆଯାଇଛି । ସେହିପରି ବ୍ରିଟେନରେ ବର୍ତ୍ତମାନ ସୁଦ୍ଧା ୨ କୋଟି ୫୮ ଲକ୍ଷରୁ ଅଧିକ ଲୋକଙ୍କୁ ଦିଆଯାଇଛି ଭ୍ୟାକସିନ୍ । ଆମେରିକା, ଭାରତ, ବ୍ରିଟେନ୍ ପରେ ଚତୁର୍ଥ ଦେଶ ଭାବରେ ବ୍ରାଜିଲରେ ସର୍ବାଧିକ ଟିକାକରଣ ହୋଇଛି ।

Leave A Reply

Your email address will not be published.