Latest Odisha News

BREAKING NEWS

ପେନସନଭୋଗୀଙ୍କ ଶୀତକାଳନୀନ ଭତ୍ତା ବୃଦ୍ଧି କଲେ ରାଜ୍ୟ ସରକାର

ଭୁବନେଶ୍ୱର: ଓଡ଼ିଶା ସରକାର ଏନଏସଏପି ଓ ମଧୁବାବୁ ପେନସନ ଯୋଜନା ଅନ୍ତର୍ଗତ ସମସ୍ତ ପେନସନଭୋଗୀଙ୍କ ଲାଗି ଶୀତକାଳୀନ ଭତ୍ତା ବୃଦ୍ଧି କରିଛନ୍ତି । ଏହି ଭତ୍ତା ପୂର୍ବରୁ ଦିଆଯାଉଥିବା ୨୦୦ ଟଙ୍କାରୁ ବୃଦ୍ଧି ପାଇ ଏବେ ୩୦୦ ଟଙ୍କା ଯୋଗାଇ ଦିଆଯିବାକୁ ଓଡ଼ିଶା ସରକାର ନିଷ୍ପତ୍ତି ନେଇଛନ୍ତି ।

ରାଜ୍ୟ ସରକାରଙ୍କ ଏସଏସଇପି ବିଭାଗ ନିର୍ଦ୍ଦେଶକ ସୁଶାନ୍ତ ମହାପାତ୍ର ଏକ ପତ୍ର ଦ୍ୱାରା ଫେବୃଆରୀ ମାସଠାରୁ ପେନସନଭୋଗୀଙ୍କୁ ଏହି ସଂଶୋଧିତ ଏବଂ ବର୍ତ୍ତିତ ଭତ୍ତା ପ୍ରଦାନ କରିବାକୁ ସମସ୍ତ ଜିଲ୍ଲାପାଳମାନଙ୍କୁ ଚିଠି ଦ୍ୱାରା ନିର୍ଦ୍ଦେଶ ଦେଇଛନ୍ତି ।

ଏହି ପତ୍ରରେ ଉଲ୍ଲେଖ କରାଯାଇଛି, ଏନଏସଏପି ଓ ଧୁବାବୁ ପେନସନ ଯୋଜନାରେ ଅନ୍ତଭୃକ୍ତ ହୋଇଥିବା ସମସ୍ତ ପେନସନଭୋଗୀଙ୍କ ଲାଗି ରାଜ୍ୟ ସରକାର ଶୀତ କାଳୀନ ଭତ୍ତା ୨୦୦ ଟଙ୍କାରୁ ୩୦୦ ଟଙ୍କାକୁ ବୃଦ୍ଧି କରିଛନ୍ତି । ଏହି ବର୍ଦ୍ଧିତ ଭତ୍ତା ଫେବୃଆରୀ ମାସଠାରୁ ଲାଗୁ କରାଯିବ ।

Leave A Reply

Your email address will not be published.