Latest Odisha News

ରିଲାଏନ୍ସ ଫାଉଣ୍ଡେସନର ମିଶନ କୋଭିଡ ସୁରକ୍ଷା ଅଭିଯାନ, ଓଡ଼ିଶାର ୨୨ ଜିଲ୍ଲାରେ ୩ ଲକ୍ଷରୁ ଅଧିକ ମାସ୍କ ବଣ୍ଟନ

ଭୁବନେଶ୍ବର : ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଆରମ୍ଭ ହୋଇଛି ମିଶାନ କୋଭିଡ ସୁରକ୍ଷା ଅଭିଯାନ । କରୋନା ସତର୍କତା ଓ ନିୟମାବଳୀକୁ ପାଳନ କରିବାକୁ ଗୁରୁତ୍ବ ଦେଇଛି ରିଲାଏନ୍ସ ଫାଉଣ୍ଡେସନ । ଏହି ଅବସରରେ ରାଜ୍ୟର ୨୨ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ୩ ଲକ୍ଷରୁ ଅଧିକ ମାସ୍କ ବଣ୍ଟାଯାଇଛି ।

ରିଲାଏନ୍ସ ଫାଉଣ୍ଡେସନ କରୋନା ସଚେତନତା ସୃଷ୍ଟି କରିବା ସହ ପୋଲିସ କର୍ମଚାରୀ, ଆଶା କର୍ମୀ, ଅଙ୍ଗନବାଡି କର୍ମୀ, ସ୍ବାସ୍ଥ୍ୟକର୍ମୀ, ପୌର ପରିମଳ କର୍ମଚାରୀ, ଏଚଆଇଭି ଆକ୍ରାନ୍ତ, ଛାତ୍ରଛାତ୍ରୀ ଓ ଶିକ୍ଷକ, କୃଷକ ମିତ୍ର, କିଷାନ ମିତ୍ର, ପ୍ରାଣୀ ମିତ୍ର, ଗୋସମ୍ପଦ ସହାୟକ ଆଦି ତୃଣମୂଳ ସ୍ତରର କର୍ମୀଙ୍କୁ ମାସ୍କ ପ୍ରଦାନ କରାଯାଇଛି । ଏହାସହ ନିର୍ମାଣ କ୍ଷେତ୍ରରେ ନିୟୋଜିତ ଶ୍ରମିକ, ଦିନ ମଜୁରିଆ, ଗୋପାଳକ, ମତ୍ସ୍ୟଜୀବୀ ଏବଂ ପନିପରିବା ବ୍ୟବସାୟୀ, ଫଳ ଓ ମାଛ ବ୍ୟବସାୟୀ, ରିକ୍ସା ଚାଳକ, ଅଟୋରିକ୍ସା ଓ ବସ୍ ଚାଳକଙ୍କୁ ମାସ୍କ ପ୍ରଦାନ କରାଯାଇଛି ।

ରିଲାଏନ୍ସ ଫାଉଣ୍ଡେସନର ମିଶନ କୋଭିଡ ସୁରକ୍ଷା ଅଭିଯାନ ଜରିଆରେ ମାସ୍କ ପରିଧାନ ସହିତ ସୁରକ୍ଷା ଏବଂ ସଚେତନତାକୁ ପ୍ରୋତ୍ସାହିତ କରୁଛି । ବର୍ତ୍ତମାନ ସୁଦ୍ଧା ୧୭ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ୫୦ ଲକ୍ଷରୁ ଅଧିକ ମାସ୍କ ବଣ୍ଟନ କରିସାରିଛି ରିଲାଏନ୍ସ ଫାଉଣ୍ଡେସନ । ଓଡ଼ିଶାରେ ରିଲାଏନ୍ସ ଫାଉଣ୍ଡେସନ ବିଭିନ୍ନ ସରକାରୀ ବିଭାଗ, ଓଡ଼ିଶା ଗୁଜରାଟି ସମାଜ, ଓଡ଼ିଶା ରାଜ୍ୟ ଏଡ୍‌ସ ନିୟନ୍ତ୍ରଣ ସୋସାଇଟି, ପ୍ରାଣୀ ସମ୍ପଦ ବିକାଶ ବିଭାଗ, ବେସରକାରୀ ସଙ୍ଗଠନ ଓ ବିଭିନ୍ନ ଜିଲ୍ଲାରେ ଥିବା ମତ୍ସ୍ୟଜୀବୀ ସଂଘ ଆଦି ସହ ମାସ୍କ ବଣ୍ଟନ ପାଇଁ ସହଭାଗିତା କରିଛି ।

ଏହା ପୂର୍ବରୁ ରିଲାଏନ୍ସ ଫାଉଣ୍ଡେସନ ମିଶନ ଅନ୍ନ ସେବା ଜରିଆରେ ଲକ୍‌ଡାଉନ ସମୟରେ ସମଗ୍ର ଦେଶରେ ୫ କୋଟିରୁ ଅଧିକ ଲୋକଙ୍କୁ ଭୋଜନ ଯୋଗାଇଥିଲା । ଏହି ମିଶନ୍‌ର ଅଂଶସ୍ବରୂପ ରିଲାଏନ୍ସ ଫାଉଣ୍ଡେସନ ଏନ୍‌ଜିଓଙ୍କ ସହଭାଗିତାରେ ଓଡ଼ିଶାରେ ହଜାର ହଜାର ପରିବାରଙ୍କୁ ରାସନ କିଟ୍ ବଣ୍ଟନ କରିଥିଲା । ଏହାଛଡ଼ା ଲକ୍‌ଡାଉନ ସମୟରେ ଓଡ଼ିଶାର ଖୋର୍ଦ୍ଧା, ଚଣ୍ଡିଖୋଲ, ପାରାଦୀପ, ସମ୍ବଲପୁରର ଅଇଁଠାପାଲି, ବରଗଡର ସୋହେଲା ଏବଂ ଗଞ୍ଜାମର ଗିରିଶୋଲାରେ ଥିବା ରିଲାଏନ୍ସ ପେଟ୍ରୋଲ ଷ୍ଟେସନ ନିକଟରେ ଅତ୍ୟାବଶ୍ୟକ ଦ୍ରବ୍ୟ ପରିବହନ କରୁଥିବା ଟ୍ରକ ଚାଳକମାନଙ୍କୁ ମଧ୍ୟ ଶୁଷ୍କ ଖାଦ୍ୟ ସାମଗ୍ରୀ ଓ ରାସନ କିଟ୍ ପ୍ରଦାନ କରାଯାଇଥିଲା ।

Comments are closed.