ନୂଆଦିଲ୍ଲୀ : ନୟାଗଡ ଥାନା ଆକ୍ରମଣ ଘଟଣାରେ ସୁପ୍ରିମକୋର୍ଟ ସୋମବାର ଦିନ ମାଓବାଦୀ ନେତା ସବ୍ୟସାଚୀ ପଣ୍ଡାଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି ।
ପ୍ରାପ୍ତ ସୂଚନାନୁଯାୟୀ ସୁପ୍ରିମକୋର୍ଟର ବିଚାରପତି ଏନଭି ରମନ୍ନା ଓ ଜଷ୍ଟିସ୍ ଦୀପକ ଗୁପ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଜି ଏହି ମାମଲାର ଶୁଣାଣି କରି ଜାମିନ ଆବେଦନକୁ ନାମଞ୍ଜୁର କରିବା ସହ ଖାରଜ କରି ଦେଇଛନ୍ତି ।
ଉଲ୍ଲେଖଯୋଗ୍ୟ ଏହି ଆକ୍ରମଣ ଘଟଣାରେ ୨୦୧୪ ମସିହାରେ ସବ୍ୟସାଚୀଙ୍କୁ ଗିରଫ କରାଯାଇଥିଲା । ପରବର୍ତ୍ତୀ ସମୟରେ ସବ୍ୟସାଚୀଙ୍କ ଜାମିନ ଆବେଦନକୁ ଆଡିସନାଲ ସେସନ୍ କୋର୍ଟ ୨୦୧୭ ମସିହାରେ ଖାରଜ କରିଦେଇଥିଲେ । ୨୦୧୮ ମସିହାରେ ଓଡିଶା ହାଇକୋର୍ଟ ଏହି ମାମଲାର ଶୁଣାଣି କରି ତାଙ୍କ ଜାମିନ ଆବେଦନକୁ ନାମଞ୍ଜୁର କରିଥିଲେ ।
ଏହି ମାଓବାଦୀ ନେତା ସବ୍ୟସାଚୀ ରାଜ୍ୟର ରାୟଗଡ, ଗଜପତି, ଗଞ୍ଜାମ, କନ୍ଧମାଳ ଓ ନୟାଗଡ ଜିଲ୍ଲାରେ ସକ୍ରିୟ ଭାବେ କାର୍ଯ୍ୟ କରୁଥିଲେ ।